ଭୁବନେଶ୍ୱର , ୨୧/୧୨/୨୦୨୧ (ଓଡ଼ିଶା ସମାଚାର)- ପୁଣି ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ। ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ଏକାଧିକ ଏକରୋନା ଆକ୍ରାନ୍ତ ଚିହ୍ନଟ ପରେ ଜୟଦୁର୍ଗାନଗରର ପ୍ଲଟ ନଂ ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି ଭିଏସଏସ ନଗରରେ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
କରୋନାର ଦ୍ଵିତୀୟ ଲହରର ପ୍ରକୋପ କମିବା ପରେ ରାଜଧାନୀର ସ୍ଥିତି ସ୍ଵାଭାବିକ ହୋଇଥିଲା। ଓମିକ୍ରନ ଯୋଗୁଁ ପୁଣି ଥରେ କଟକଣା ଲାଗୁ ହେବାର ସମ୍ଭାବନା ଦେଖାଦେଇଛି।ଓଡ଼ିଶା ସମାଚାର