Friday , September 22 2023
Breaking News
Home / ରାଜନୀତି / ମାଲକାନାଗିରିରେ ୫ଜଣ ସାମ୍ବାଦିକଙ୍କୁ ଗିରଫ : ୪ର୍ଥ ସ୍ତମ୍ଭ ଉପରେ ଆକ୍ରମଣ, ତୁରନ୍ତ ଖଲାସ କରିବାକୁ ଦାବି : ସମାଜବାଦୀ ପାର୍ଟି

ମାଲକାନାଗିରିରେ ୫ଜଣ ସାମ୍ବାଦିକଙ୍କୁ ଗିରଫ : ୪ର୍ଥ ସ୍ତମ୍ଭ ଉପରେ ଆକ୍ରମଣ, ତୁରନ୍ତ ଖଲାସ କରିବାକୁ ଦାବି : ସମାଜବାଦୀ ପାର୍ଟି

ଭୁବନେଶ୍ୱର , ୨୧/୧୨/୨୦୨୧ (ଓଡ଼ିଶା ସମାଚାର)- ମାଲକାନାଗିରି ପୋଲିସ୍ ସରକାରଙ୍କର ଦୋଷ ଦୁର୍ବଳତାକୁ ଗଣମାଧ୍ୟମରେ ପ୍ରକାଶ କରୁଥିବା ସାମ୍ବାଦିକମାନଙ୍କୁ ରାତି ଘରୁ ଉଠାଇ ନେଇ ଗିରଫ କରିବା ପୋଲିସ୍ ଦମନଲୀଳାର ଜ୍ୱଳନ୍ତ ଉଦାହରଣ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତିିରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ତୁରନ୍ତ ଗିରଫ ସାମ୍ବାଦିକମାନଙ୍କୁ ଖଲାସ କରିବାକୁ ଦାବି କରିଛନ୍ତି । ପୋଲିସ୍ ସାମ୍ବାଦିକମାନଙ୍କୁ ଗିରଫ କରିବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏକ ନଗ୍ନ ଆକ୍ରମଣ ବୋଲି ଶ୍ରୀ ବେହେରା କହିବା ସହିତ ସାମ୍ବାଦିକମାନଙ୍କ ଉପରୁ ସମସ୍ତ କେସ୍ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ର ଯେଉଁ ଯେଉଁ ସାମ୍ବାଦିକ ବନ୍ଧୁଗଣ ଏହି ଗିରଫଦାରୀକୁ ନିନ୍ଦା କରିବା ସହିତ ସାମ୍ବାଦିକମାନଙ୍କ ସହିତ ଏକତାବଦ୍ଧ ହୋଇ ଆଜିର ପ୍ରତିବାଦରେ ଯୋଗ ଦେଇଛନ୍ତି ସେମାନଙ୍କୁ ଶ୍ରୀ ବେହେରା ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *