Tuesday , August 16 2022
Breaking News
Home / ବିଶେଷ / ଭାରତୀୟ ଭାଷା ଆନ୍ଦୋଳନ(ଓଡିଶା ଶାଖା)ର କାର୍ଯ୍ୟକାରିଣୀ ବୈଠକ

ଭାରତୀୟ ଭାଷା ଆନ୍ଦୋଳନ(ଓଡିଶା ଶାଖା)ର କାର୍ଯ୍ୟକାରିଣୀ ବୈଠକ

ମାତୃଭାଷାକୁ ନ୍ୟାୟାଳୟର ଭାଷା କରାଯିବାକୁ ଦାବି
ଅନୁଗୁଳ, ୨୧/୧୨/୨୦୨୧(ଓଡ଼ିଶା ସମାଚାର)-ଭାରତୀୟ ଭାଷା ଆନ୍ଦୋଳନ ଓଡ଼ିଶା’ର ଚଳିତବର୍ଷର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ହୋଟେଲ ‘ଆଶ୍ରୟ’ରେ ଜିଲ୍ଲା ସଭାପତି ମାନସ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡ଼ିଶା ପ୍ରଦେଶ ମାର୍ଗଦର୍ଶକ ଡ.ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ ବର୍ମା ସର୍ବୋଚ୍ଚ ନ୍ୟାୟାଳୟ ଭାଷା ଆନ୍ଦୋଳନର ସଭାପତି ସୁଧାଂଶୁ ପାଲୋ ସମ୍ମାନିତ ଅତିଥି ରୂପରେ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ରୀଡ଼ା ସଂଗଠନ ମନ୍ତ୍ରୀ ମହାଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁଦୁଲି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଭୁବନେଶ୍ୱର, ପୁରୀ, ନୟାଗଡ଼, ଜଗତସିଂହପୁର ସମେତ ଅନ୍ୟ ଜିଲ୍ଲାର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଗ୍ରହଣ କରାଯାଇଥିବା ପ୍ରସ୍ତାବକୁ ଚଳିତ ମାସ ଡିସେମ୍ବର ୨୮ରୁ ୩୦ ତାରିଖ ମଧ୍ୟରେ ଗୁଜୁରାଟର ରାଜକୋଟଠାରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥାପନ କରିବା ପାଇଁ ନିଷ୍ପତିି ନିଆଯାଇଛି । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ସାଂସଦଙ୍କୁ ଭାଷା ଆନ୍ଦୋଳନର ପ୍ରତିନିଧିମାନେ ଭେଟି ମାତୃଭାଷାକୁ ନ୍ୟାୟାଳୟର ଭାଷା କରିବା ପାଇଁ ବିଧାନସଭା ଓ ସଂସଦରେ ଦାବି ଉପସ୍ଥାପନ ପାଇଁ ଅନୁରୋଧ କରିବେ ।
ଏହି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ଅତିଥି ରୂପରେ ରାଜ୍ୟ ସଭାପତି ପ୍ରତିଭା ବର୍ମା, ରାଜ୍ୟ ମହିଳା ପ୍ରମୁଖ ସୁଦଶା ପଣ୍ଡା, ରାଜ୍ୟ ସଭାପତି ବିପିନ ଜୟସିଂହ, ଭୁବନେଶ୍ୱର ସଭାପତି ସୁଜିତ ସ୍ୱାଇଁ, କଟକ ସଭାପତି ସନ୍ତୋଷ ଦ୍ୱିବେଦୀ, ତାଳଚେର ବାର୍ ଆସୋସିଏସନ୍ ର ବରିଷ୍ଠ ଆଇନଜୀବୀ ଯଦୁମଣି ସାହୁ, ପ୍ରତାପ ସାହୁ, ଅର୍ଜୁନ ଭୂତିଆ, ପ୍ରସାଦ ଖିଲାର, ଆଇନ୍ ଜୀବୀ ଅକ୍ଷୟ ପଟ୍ଟନାୟକ, ପଦ୍ମଚରଣ ପ୍ରଧାନ, ଅନୁପ ପ୍ରଧାନ, ଇପସିତା ସାହୁ, ଜୋତ୍ସ୍ନାମୟୀ ସାହୁ ଆଦି ଯୋଗ ଦେଇଥିଲେ । ପୋଷ୍ଟକାର୍ଡ଼ ମାଧ୍ୟମରେ ମହିଳାମାନେ ମାତୃଭାଷାରେ ଦରଖାସ୍ତ ଓ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥନା କରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା ।
ତୃତୀୟ ପର୍ଯ୍ୟାୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ ବର୍ମା, ରାଜ୍ୟ ସମ୍ପାଦକ ଅର୍ଜୁନ ମୁଦୁଲି, ସୁଜିତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଆଗାମୀ କାର୍ଯ୍ୟକ୍ରମ ଯାହା ଡିସେମ୍ବର ୨୮ରୁ ୩୦ ତାରିଖ ଯାଏ ଗୁଜୁରାଟରେ ଅନୁଷ୍ଠିତ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
ଭାଷା ଆନ୍ଦୋଳନକୁ ସାକାର କରିଥିବା ଲୋକ ପ୍ରତିନିଧି, ସମାଜସେବୀ, ସାହିତି୍ୟକ ଓ ଅଧିବକ୍ତାଙ୍କୁ ମୁଖ୍ୟ ଅତିଥି ଡ.ପ୍ରସନ୍ନ ପାଟ୍ଟଶାଣୀ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ଜିଲ୍ଲା ସମ୍ପାଦକ ଆଇନଜୀବୀ ପ୍ରତାପ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.