Tuesday , August 9 2022
Breaking News
Home / ବିଶେଷ / ପୁରୁଣା ପେନସନ ଦାବିରେ ଏକ ହେଲେ ସବୁ କର୍ମଚାରୀ ସଂଗଠନ

ପୁରୁଣା ପେନସନ ଦାବିରେ ଏକ ହେଲେ ସବୁ କର୍ମଚାରୀ ସଂଗଠନ

ଭୁବନେଶ୍ୱର , ୨୧/୧୨/୨୦୨୧ (ଓଡ଼ିଶା ସମାଚାର)- ଓଡ଼ିଶାରେ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରଣା ପେନସନ ଲାଗୁକରିବା ପାଇଁ, ରାଜ୍ୟର ସବୁ ସଂଗଠନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଓଡିଶା ସଚିବାଳୟ ସେବା ସଂଘ ସଭା ଗୃହରେ ଅନୁଷ୍ଠିତ  ହୋଇଥିଲା, ବିଜୟ ମଲ୍ଲଙ୍କ ଆବାହକରେ ପୂର୍ଣଚନ୍ଦ୍ର ଆଏଚଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଷ୍ଟ୍ରୀୟ ସଂଯୋଜକ  ଇଫିତିକାର ଅହମ୍ମଦ, ସୁଧାଂଶୁ ପାତ୍ର, ପ୍ରଯୋତ୍ନ ବରାଳ, ତନ୍ମୟ ପଢି, ଅମିତାଵ ମହାନ୍ତି, ରାଜେଶ ମହାନ୍ତି,ଖଗେଦ୍ର ନାଥ ପାଲ, ଶରତ ସେଠି,  ଗୋପାଳ କିଶୋର ସେନ, ଲାଲଟେନ୍ଧୁ ମହାପାତ୍ର, ପ୍ରଦୀପ ପ୍ରଧାନ, ରାଜେନ୍ଦ୍ର ମଲ୍ଲିକ, ଅଜୟ ଜେନା, ଅକ୍ଷୟ ସାହୁ, ଗୁରୁଗୋବିନ୍ଦ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ ।

          ଏହି ସଭାରେ ସର୍ବ ସମିତି କ୍ରମେ ଗୋଟିଏ ମତ ଓ ଗୋଟିଏ ଆଭିମୁଖ୍ୟ ଥିଲା ଯେ ଆମେ ଆମର ନାଯ୍ୟ ଦାବି “ପୁରୁଣା ପେନସନ’ ଲାଗୁ କରିବା ପାଇଁ ଗୋଟିଏ ମଞ୍ଚରେ ଏକଜୁଟ ହେବା ଓ ଜାତୀୟ ସ୍ତରରେ ଏନ ଓ ପି ଏସ  (ନେସନାଲ ମୁଭମେଣ୍ଟ ଫର ଓଲ୍ଡ ପେନସନ ସ୍କୀମ)  ବ୍ୟାନରରେ ଓଡ଼ିଶା ଏନ ଓ ପି ଏସକୁ  ତୃଣମୂଳ ସ୍ତରରେ ପହଞ୍ଚାଇବା । ବୈଠକରେ ବିଜୟ ମଲ୍ଲଙ୍କୁ  ସର୍ବ ସମିତି କ୍ରମେ ରାଜ୍ୟ ଆବାହକ ଚୟନ କରି ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି  ଓଡ଼ିଶାରେ  ବ୍ଲକ , ଜିଲ୍ଲା  ଓ ରାଜ୍ୟସ୍ତରରେ ସଂଗଠିତ କରିବା ସହ ପେନସନ ଆନ୍ଦୋଳନକୁ ତୃଣମୁଳ ସ୍ତରରେ ପହଁଚେଇବେ ।

ଏହି ବୈଠକରେ ବିଭିନ୍ନ ସଂଗଠନ ମାନଙ୍କ ମଧ୍ୟରେ ଓଡ଼ିଶା ସଚିବାଳୟ ସେବା ସଂଘ, ମୁଖ୍ୟଦପ୍ତର ସଂଘ,ଓଡ଼ିଶା ଅମଲା ସଂଘ,ଓସ୍ତା, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ,ଓଡ଼ିଶା ଅଗ୍ନିଶମ ସେବାସଂଘ, ଓଡ଼ିଶା ଉଚ୍ଚ ବିଦ୍ୟାଳୟ ଏନପିଏସ ଶିକ୍ଷକ ସଂଘ, ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ, ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ଓଡିଶା ପୁନର୍ବାସ ସହାୟତା ଯୋଜନା କର୍ମଚାରୀ ସଂଘ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ସରକାର ୦୧.୦୧.୨୦୦୫ ଠାରୁ ପୁରୁଣା ପେନସନ ବନ୍ଦ କରି ନୂଆ ପେନସନ ଯୋଜନା ଲାଗୁ କରିଦେଲେ । ଯାହା ଫଳରେ ଏନପିଏସ କର୍ମଚାରୀ ମାନେ ଅବସର ପରେ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଓଡିଶାରେ କର୍ମଚାରୀ ସଂଗଠନ ମାନେ ଏତେ ଦିନ ନୀରବ ରହିବା ପରେ ଏବେ ଓଡ଼ିଶାରେ ପ୍ରଥମ ଥର ପୁରୁଣା ପେନସନ ଲାଗୁ କରିବା ସବୁ ସଗଠନ ଏକ ହୋଇ  ଲଢ଼େଇ କରିବେ ବୋଲି ସର୍ବସମ୍ମତିକ୍ରମେ ନିସ୍ପତି ନିଆଯାଇଛି।

          ଆଜି ପର୍ୟ୍ୟନ୍ତ ପୁରାଣ ପେନସନ ଉପରେ ଅନୁଧ୍ୟାନ କରିବା ପାଇଁ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର ରାଜ୍ୟ ସରକାରମାନେ କମିଟି ଗଠନ କରି ପୁରୁଣା ପେନସନ ଲାଗୁ କରିବା ପାଇଁ ରାସ୍ତା ପ୍ରସ୍ତୁତି କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.