ମାହାଙ୍ଗା ,୨୧/୧୨/୨୦୨୧( ଓଡିଶା ସମାଚାର/ ଅଭୟ ଜେନା)- ଚଳିତ ମାସ ୨୫ ତାରିଖ ଶନିବାର ଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳର ୭ଟି ଗ୍ରାମପଂଚାୟତ ପକ୍ଷରୁ ମିଶନଶକ୍ତି ସହାୟତାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଓ ମହିଳା ସମାବେଶ ଅନୁଷ୍ଠିତ ହେବ । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହଜାର ହଜାର ଗରୀବ ପରିବାରକୁ ହେଲଥ ସ୍ମାର୍ଟକାର୍ଡ ବଣ୍ଟନ କରାଯିବ । ଏହି ସମାବେଶ କୁଣ୍ଡି ପଞ୍ଚାୟତ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ନିଷ୍ପତି ନିଆଯାଇଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି । ସେଥିପାଇଁ କୁଣ୍ଡି, ସାହାପୁର, ମଧୁପୁର, କୁହୁଣ୍ଡା, ମୂଳବସନ୍ତ, ବାସୁଦେବପୁର, କୋଳିଅଠା ପଞ୍ଚାୟତର ବିଭିନ୍ନ ମୁରବୀ, ମହିଳା ସଂଗଠନ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ ମାନଙ୍କୁ ନେଇ ସମାଜସେବୀ ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ରାଜକିଶୋର ଜେନା,ପ୍ରଶାନ୍ତ ପଟ୍ଟନାୟକ,ସସ୍ମିତା ଦାସ, ସତ୍ୟଜିତ କିଶୋର ଦାସ, ସତ୍ୟନାରାୟଣ ମହାନ୍ତି, ପନଂଗ ଭୂଷଣ ଦାସ, ଖିରୋଦ ପତି, ଦୀନବନ୍ଧୁ ସାହୁ, ମଣ୍ଟୁ ବାଘ,ବିଶ୍ୱେଶ୍ୱର ମହାନ୍ତି, ସୁବାଷ ବେହେରା, ଅଖିଳେଶ ମହାନ୍ତି,ହେମନ୍ତ ପ୍ରଧାନ, ରାମଚନ୍ଦ୍ର ମହାପାତ୍ର,ଜୟନ୍ତ ବିଶ୍ୱାଳ, ଜଗନ୍ନାଥ ନାୟକ, ଭବାନୀ ସାମଲ, ଦୀପକ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ଏହି ସମାବେଶ କିପରି ସଫଳ ହୋଇପାରିବ ସେଥିପାଇଁ ଏକ କମିଟି ଗଠନ କରାଯାଇଥିଲା । ଓଡ଼ିଶା ସମାଚାର