ରାଉରକୋଲା ୨୧/୧୨/୨୦୨୧(ଓଡ଼ିଶା ସମାଚାର)- ଦିନ ଦ୍ବିପ୍ରହରରେ ଷ୍ଟିଲ୍ ସିଟି ରାଉରକେଲାର ସେକ୍ଟର ୨୧ ଅଞ୍ଚଳରେ ଗଡିଲା ମୁଣ୍ଡ । ସେକ୍ଟର ୨୧ ନୂଆବଜାର ସମିଲ ଛକରେ ସାମାନ୍ୟ କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ କଥା କଟାକଟି ରୁ ଏକ ଧାରୁଆ ଅସ୍ତ୍ରରେ ଜଣେ ଅନ୍ୟ ଜଚ୍ଚର ବେକକୁ କାଟଦେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଆରଜିଏଚ କୁ ନିଆଯାଇଥିଲା ହେଲେ ହସପିଟାଲ ରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ରାଉରକେଲା ସେକ୍ଟର ୨୧ ନୂଆବଜାର ସମିଲ ଛକରେ ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ପିଣ୍ଟୁ ଶ୍ରୀବାସ୍ତବ(୨୨) ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର
