Tuesday , August 9 2022
Breaking News
Home / ତାଜା ଖବର / ଓଡ଼ିଶା ରେ ୨ ଜଣ ଓମିକ୍ରନ୍ ସଂକ୍ରମିତ

ଓଡ଼ିଶା ରେ ୨ ଜଣ ଓମିକ୍ରନ୍ ସଂକ୍ରମିତ

ଭୁବନେଶ୍ୱର , ୨୧/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟରେ ୨ ଜଣ ବିଦେଶ ଫେରନ୍ତା କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଏହା ଓଡ଼ିଶା ର ପ୍ରଥମ ଓମିକ୍ରନ୍ ସଂକ୍ରମିତ । ଜଣେ ନାଇଜେରିଆ ଫେରନ୍ତା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ କର୍ତ୍ତାର ଫେରନ୍ତା ଓମିକ୍ରନ୍ ଚିହ୍ନଟ ବୋଲି ଜଣାପଡିଛି । ତେବେ ସେମାନଙ୍କ ସାମ୍ପଲ ଜେନମ୍ ସିକ୍ବେନ୍ସିଂ ପାଇଁ ଆଇଏଲଏସକୁ ପଠାଯାଇଥିଲା । ଏହି ଦୁଇ ଜଣ ଓମିକ୍ରନ୍ ପଜିଟିଭ୍ ହୋଇଥିବା ସୂଚନା ମିଳିଛି ।ଜଣେ କଟକ ଜିଲାର ଓ ଅନ୍ୟ ଜଣେ ଜଗତସିଂହପୁର ଜିଲାର । ୨ଜଣ ପୁରୁଷ ଓ ସେମାନଙ୍କ ବୟସ ୪୫ ମଧ୍ୟରେ । ସମ୍ପୃକ୍ତ ଦୁଇ ଜଣ ଓଡ଼ିଶା ର ଓଡ଼ିଆ ବିଦେଶ ଫେରନ୍ତା । ଦୁଇଜଣ ଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ଅଛି । ସେମାନଙ୍କ ସଂଷ୍ପର୍ଷରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ର ନମୂନା ପରୀକ୍ଷା କରାଯିବ । ଏଥିପାଇଁ ଚିନ୍ତା କରିବାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଓମିକ୍ରନ୍ ଆକ୍ରାନ୍ତ ରାଜ୍ୟ ମଧ୍ୟରେ ଓଡ଼ିଶା ଯୋଡ଼ିହେଲା । ଓଡ଼ିଶା ସମାଚାର

About admin

Check Also

ଲଘୁଚାପ ଜନିତ ବର୍ଷା : କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ ଭାସିଗଲା : ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ

ବାଲିଗୁଡା,୦୭/୦୮/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ …

Leave a Reply

Your email address will not be published.