Saturday , August 13 2022
Breaking News
Home / ବିଶେଷ / ୪୨ମୌଜାର ବରପୁତ୍ର ସହିଦ୍ ରଘୁ ସର୍ଦ୍ଦାରଙ୍କ ତୈଳଚିତ୍ର ଉନ୍ମୋଚିତ

୪୨ମୌଜାର ବରପୁତ୍ର ସହିଦ୍ ରଘୁ ସର୍ଦ୍ଦାରଙ୍କ ତୈଳଚିତ୍ର ଉନ୍ମୋଚିତ

  କଟକ ୨୦/୧୨/୨୦୨୧ (ଓଡ଼ିଶା ସମାଚାର)- କଟକ  ସଦର ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’ର ନୃସିଂହ ଆନନ୍ଦ ପୂଜ୍ୟ ପୂଜା ଭବନ ରେ ସହିଦ୍ ରଘୁ ସର୍ଦ୍ଦାର (୧୮୯୨-୧୯୪୭)ଙ୍କ ଅମ୍ଳାନ ସ୍ମୃତି ଉଦ୍ଧେଶ୍ୟରେ ଏକ ସ୍ମୃତି ଚାରଣ ସଭା ଏବଂ ତୈଳଚିତ୍ର ଉନ୍ମୋଚନ ଉତ୍ସବ ଅନୁଷ୍ଠାନର ସଭାପତି ସମାଜସେବୀ ଇ°.ଅଶୋକ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ବେହେରା ମୁଖ୍ୟ ବକ୍ତାଭାବେ ଯୋଗଦେଇଥିବା ବେଳେ ସହିଦ୍ ରଘୁ ସର୍ଦ୍ଦାରଙ୍କ ସୁପୁତ୍ର ଡାକ୍ତର ବିଶ୍ଵନାଥ ପଟ୍ଟନାୟକ,ମୁଖ୍ୟ ଉପଦେଷ୍ଟା ସରୋଜ ନଳିନୀ ପରିଜା, ବିନୋଦ ବିହାରୀ ବେହେରା, ଉର୍ମିଳା ମହାନ୍ତି, ପ୍ରଭାତ କୁମାର ଖଟୁଆ, ବୁଲେଇ ବେହେରା,ରାମଚନ୍ଦ୍ର ଗୋଚ୍ଛାୟତ,ନଟବର ବେହେରା, ଉପେନ୍ଦ୍ର ବାରିକ,ଘନଶ୍ୟାମ ମଲ୍ଲିକ, ପ୍ରକାଶ ମହାନ୍ତି,ପ୍ରସନ୍ନ କୁମାର ବେହେରା, ଶୁଭେନ୍ଦୁ ମହାପାତ୍ର, ସାଗର ବେହେରା,ଆଶିଷ ମହାନ୍ତି, ଆଶିଷ ବେହେରା,ବାଦଲ ମହାନ୍ତି,ଶ୍ରାବନ୍ତିକା ମହାନ୍ତି,ହରିବନ୍ଧୁ ଆଚାର୍ଯ୍ୟ,ପ୍ରଦୀପ ପଟ୍ଟନାୟକ ଓ ଅସୀମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ ସଭା ପରିଚାଳନା କରିଥିଲେ । ସମ୍ପାଦକ ତଥା ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ  କରିଥିଲେ। ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.