ପାରାଦୀପ,୨୦/୧୨/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମ ବାର୍ଷିକ ଉପଲକ୍ଷେ ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପ୍ରଚେଷ୍ଟାରେ ବାଜପେୟୀଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିଷ୍ଠା କରାଯିବ । ଏଥି ନିମନ୍ତେ ପାରାଦୀପ ନୂଆବଜାରସ୍ଥିତ ବାଜପେୟୀ ପାର୍କକୁ ସ୍ଥାନ ନିରୂପଣ କରାଯାଇଛି । ଏହି ପାର୍କ ପରିସରରେ ଆୟୋଜିତ ହେବାକୁ ଥିବା ସମାରୋହରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇ ପ୍ରତିମୂର୍ତୀକୁ ଉନ୍ମୋଚନ କରିବେ । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି । ପାରାଦୀପ ବନ୍ଦର ପ୍ରତିମୂର୍ତୀ ଯୋଗାଇ ଦେଇଥିବା ବେଳେ ଟ୍ରଷ୍ଟର ସଦସ୍ୟମାନେ ନିଜର ଅର୍ଥ ଓ ଶ୍ରମ ଦାନ କରି ମୂର୍ତୀ ନିମନ୍ତେ ଷ୍ଟାଣ୍ଡ ନିର୍ମାଣର ବ୍ୟୟଭାର ବହନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଅଂଚଳବସୀ ବହୁ ସଂଖ୍ୟାରେ ଯୋଗ ଦେଇ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର