ସମ୍ବଲପୁର ୨୦/୧୨/୨୦୨୧(ଓଡ଼ିଶା ସମାଚାର)- ସମ୍ବଲପୁର ପରଧିଆପାଲି ସ୍ଥିତ ଏକ ଗୁଟଖା କାରଖାନାରେ ଆଜି ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା । ୨୫ ଜଣଙ୍କୁ ଗୁରୁତର ଅବସ୍ଥାରେ କାରଖାନାରୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି । । ଉଦ୍ଧାର କରାଯାଇଥିବା ସମସ୍ତଙ୍କୁ ବୁର୍ଲା ଭିଏସଏସ ମେଡ଼ିକାଲ ରେ ଭର୍ତି କରାଯାଇଛି । ନିଆଁ ଲାଗିବାର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି ।ଓଡ଼ିଶା ସମାଚାର