ମାହାଙ୍ଗା, ୨୦/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କୁହୁଣ୍ଡା ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଗଠନ ଶେଷ ହୋଇଥିବା ସୂଚନା ମିଳିଛି । କୁହୁଣ୍ଡା ପଂଚାୟତ ବିଜେଡି ସଭାପତି ରାଧାନାଥ ରାଉତଙ୍କ ସଭାପତିତ୍ୱରେ ୧୩ ଟି ୱାର୍ଡରୁ ୨୭ ଜଣଙ୍କୁ ନେଇ ଏହି ପଞ୍ଚାୟତ ସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଗଠନ କରାଯାଇଛି । ଦଳୀୟ ପର୍ୟ୍ୟବେକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ ତତ୍ୱାବଧାନରେ ଏହି କମିଟି ସର୍ବସମ୍ମତି କ୍ରମେ ଗଠିତ ହୋଇଯାଇଛି । ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା,ସାମାଜିକକର୍ମୀ ରାମଚନ୍ଦ୍ର ମହାପାତ୍ର, ଅନନ୍ତ ସାହୁ, ରମାକାନ୍ତ ପଣ୍ଡା, ନିତ୍ୟାନନ୍ଦ ସାହୁ,ସୁବାଷ ବେହେରା, ଗଣେଶ ବିହାରୀ,ଶରତ ବେହେରା,ଚିନ୍ମୟ ସାମଲ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ । ପଞ୍ଚାୟତ ପାଇଁ ଏକ ୧୭ ଜଣିଆ ଉନ୍ନୟନ ଓ ପରିଚାଳନା କମିଟି କାର୍ୟ୍ୟ କରିଆସୁଥିବା ବେଳେ ୧୩ ଟି ୱାର୍ଡ ପାଇଁ ୱାର୍ଡ ସ୍ତରୀୟ କମିଟି ଗଠନ ପ୍ରକ୍ରିୟା ଆରଂଭ ପାଇଁ ନିଷ୍ପତି ହୋଇଥିଲା । ଆସନ୍ତା ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ କୁହୁଣ୍ଡା ପଂଚାୟତରୁ ସରପଞ୍ଚ ପଦବୀ ପାଇଁ ୩ଜଣ ଆଶାୟୀ ପ୍ରାର୍ଥୀ ଓ ଜଣେ ସମିତିସଭ୍ୟା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବାକୁ ଚାଁହୁ ଥିବାରୁ ସେ ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଚୁଡାନ୍ତ ନିଷ୍ପତି ନେବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ସେହିପରି ଶନିବାର ସନ୍ଧ୍ୟାରେ ପଞ୍ଚାୟତର ୧୨ ଓ ୧୩ ନମ୍ବର ୱାର୍ଡ ପାଇଁ କଲ୍ୟାଣପୁର ମୁସଲମାନ ସାହିରେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ମାଇନର କମ୍ୟୁନିଟି ନେତା ଅଫସର ତୁଲ୍ଲାଙ୍କ ସଭାପତିତ୍ୱରେ ଉଭୟ ୱାର୍ଡରୁ ଶତାଧିକ କର୍ମୀ ଏକତ୍ରିତ ହୋଇ ସର୍ବସମ୍ମତି କ୍ରମେ ୨ଟି ୱାର୍ଡ କମିଟି ଗଠନ କରିଥିଲେ । ଏହି ବୈଠକରେ ସରପଞ୍ଚଙ୍କ ପ୍ରତିନିଧି ରଘୁନାଥ ଯେନା, ସମିତିସଭ୍ୟ ଲକ୍ଷ୍ମୀଧର ବେହେରା,ବିଜେଡିର ପୁରୁଖାନେତା ଅଲେଖ ଚନ୍ଦ୍ର ଦାସ,ସାମାଜିକକର୍ମୀ ଅଖିଳେଶ ମହାନ୍ତି, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ଯୁବକ ସଂଗଠକ ସୁଧାଂଶୁ ପାଣି, ଯୁବ ସଂଗଠକ ଜଗନ୍ନାଥ ନାୟକ, ଯୁବ ସଂଗଠକ ଆମ୍ବୁଜ ସାମଲ, ସଂଗଠକ ଅମୂଲ୍ୟ ପଲେଇ, ଶିକ୍ଷାବିତ ମୋହିଉଦ୍ଦିନ ଖାଁ, ଜମି ରୁଦ୍ଦିନ ଖାଁ, କମିରୁଦ୍ଦିନ ଖାଁ, ଅବଦୁଲ ମନାନ,ମଧୁସୂଦନ ବେହେରା, ଯଦୁନାଥ ବେହେରା, ବଂଶୀଧର ବେହେରା, ନଟବର ସେଠୀ, ଶିବ ସେଠୀ, ଦିବାକର ସେଠୀ, ସରୱର ଖାଁ, ଦୁଃଖିଶ୍ୟାମ ନାୟକ, ରବି ସେଠୀ, ପ୍ରଦୀପ୍ତ ଖୁଣ୍ଟିଆ,ଅଜିତ ତୁଲ୍ଲା, ପ୍ରେମାନନ୍ଦ ଖୁଣ୍ଟିଆ, ମୁସାରଫ ତୁଲ୍ଲା, ଅବଦୁଲ ହମିଦ, ଗୁରଫାନ, ଇମ୍ରାନ, ସବୁର ଖାଁ,ତମିରୁଦ୍ଦିନ ଖାଁ,ମନିରୁଦ୍ଦିନ ଖାଁ, ଅବଦୁଲ ହନାନ, ସରୱାର ଖାଁ,ଅବଦୁଲ ରେହେମାନ, ସେକ ଅନୁୱାର, ମନୱର ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତି ୱାର୍ଡରେ ନିର୍ବାଚନୀ କମିଟି ଗଠନ ସହ ସରକାରଙ୍କ ଜନକଲ୍ୟାଣ କାର୍ୟ୍ୟକ୍ରମ ସମ୍ପର୍କରେ ଜନମତ ସୃଷ୍ଟି ପାଇଁ ଦଳୀୟ ନେତାମାନେ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା ସମାଚାର