କଟକ ସଦର, ୨୦/୧୨/୨୦୨୧ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):୫୫ ନମ୍ଵର ଜାତୀୟ ରାଜପଥ କଡରେ ଥିଵା ତ୍ରିଛକି କନ୍ଦରପୁର ଵଜାରରେ ରାସ୍ତାକୁ ଦୋକାନ ଵଢାଇ ମନଇଚ୍ଛା ଵ୍ୟଵସାୟ କରୁଥିବା ଦୋକାନୀଙ୍କ ଵର୍ଧିତ ଗୃହକୁ କନ୍ଦରପୁର ପୋଲିସ ଓ ଟ୍ରାଫିକ୍ ପୋଲିସ ଆଜି ସୋମବାର ଦିନ ପୋଲିସ ଵଳ ସହାୟତାରେ ଭାଙ୍ଗି ଦେଇଥିବା ଜଣାଯାଇଛି। ପ୍ରକାଶ ଯେ ଜନସଂଖ୍ୟା ସହ ଗାଡିମଟର ଚଳାଚଳ ବୃଦ୍ଧି ପାଉଥିଵାରୁ ଜଗତସିଂହପୁର ଓ ପାରାଦୀପ ଆଡୁ କଟକକୁ ପ୍ରତ୍ୟହ ହଜାର ହଜାର ଗାଡିମଟର ଚଳାଚଳ କରିଥାଆନ୍ତି। ସେଥିରେ କନ୍ଦରପୁର ରେଳ ଫାଟକ ନିକଟରେ ଅଟକି ରହୁଥିବା ଗାଡିମଟର ଆସିବା ପରେ ତ୍ରିଛକି ଵଜାରରେ ନାହିଁ ନଥିବା ଟ୍ରାଫିକ୍ ଜାମ ହୋଇଥାଏ। ଯାହାକୁ ନିୟନ୍ତ୍ରଣ କରିଵାରେ ପୋଲିସକୁ ନାକେଦମ୍ ହେଵାକୁ ପଡ଼ିଥାଏ। ଅନେକ ସମୟରେ ଟ୍ରାଫିକଜାମ ରେ ଫସି ଦମକଳ, ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେଵା ଗାଡି ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ଅଛି।ଏହି ଟ୍ରାଫିକ ଜାମ କେଵଳ ଉଠା ଦୋକାନୀ ଓ ରାସ୍ତାକୁ ମଡାଇ ଦୋକାନ କରିଥିବା ଦୋକାନୀ ଙ୍କ ପାଇଁ ହେଉଥିବା ଅନୁଭଵ କରି କନ୍ଦରପୁର ଥାନା ଆଇଆଇସି ବିପିନ୍ ବିହାରୀ ହୋତା ପୋଲିସ ଵଳ ଲଗାଇ ହଟାଇ ଦେଇଥିଵା ଵେଳେ ଅନେକଙ୍କୁ ତୁରନ୍ତ ଏହା ମାନିନେଵାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ କୁ ସାଧାରଣରେ ସ୍ୱ।ଗତ କରାଯାଇଥିବା ଵେଳେ ଏହା ଆହୁରି ଆଗରୁ ହେଵାର ଥିଲା ଵୋଲି ମତବ୍ୟକ୍ତ କରୁଛନ୍ତି। ଓଡ଼ିଶା ସମାଚାର