ଅନୁଗୁଳ, ୧୯/୧୨/୨୦୨୧(ଓଡ଼ିଶା ସମାଚାର)- ଅନୁଗୁଳ ଜିଲ୍ଲା କେରେଜାଙ୍ଗ ଗାଁରେ ଜଣେ ବନ୍ଧୁକ ବେପାରୀକୁ ଏସଟିଏଫ୍ ଗିରଫ କରିଛି । ତା ନିକଟରୁ ୮ ଟି ଦେଶୀ ବନ୍ଧୁକ ଓ ୭ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଗିରଫ ବନ୍ଧୁକ ବେପାରୀ ହେଉଛନ୍ତି ରତ୍ନାକର କାଲଟା।
ମିଳିଥିବା ସୂଚନା ଅନୁଯାୟୀ, ଛେଣ୍ଡିପଦା ଅଞ୍ଚଳରେ ବେଆଇନ ବନ୍ଧୁକ କାରବାର ହେଉଥିବାର ଏସଟିଏଫ୍ କୁ ସୂଚନା ମିଳିଥିଲା । ଶନିବାର ସଠିକ୍ ସୂଚନା ମିଳିବା ପରେ ଅନୁଗୁଳ ଛେଣ୍ଡିପଦା ପୁଲିସ ସହାୟତାରେ ଏସଟିଏଫ୍ କେରେଜାଙ୍ଗ ଗାଁରେ ଚଢାଉ କରିଥିଲା। ଚଢାଉ ବେଳେ ଏକ ଘରୁ ୮ଟି ଦେଶୀ ବନ୍ଧୁକ ଓ ଗୁଳି ଜବତ କରିଥିଲା । ଏହି ବେଆଇନ ବନ୍ଧୁକ କାରବାର ରେ ସମ୍ପୃକ୍ତ ରତ୍ନାକର କାଲଟା ନାମକ ଜଣେ ବ୍ୟକ୍ତିକୁ ଏସଟିଏଫ ଗିରଫ କରିଛି। ଗିରଫ ରତ୍ନାକର ର ଘର ସମ୍ବଲପୁର ଜିଲ୍ଲା ସରପାଲି ଅଞ୍ଚଳରେ । ଗତ କିଛିଦିନ ହେଲା ସେ ଏଠାରେ ରହି ଚୋରା ବନ୍ଧୁକ ବେପାର ଚଳାଇଥିଲା । ଏନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ ହୋଇଛି । ଓଡ଼ିଶା ସମାଚାର