ନିଶ୍ଚିନ୍ତକୋଇଲି, ୧୯/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରେ ଆଜି ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ଉଦଘାଟନ, ଶିଳାନ୍ୟାସ ତଥା ଭତ୍ତା ବଣ୍ଟନ କରିଛନ୍ତି । ବିଧାୟକ ଶ୍ରୀ ବେହେରା ଜନାର୍ଦ୍ଦନ ପୁର, କଳମିଶ୍ରି, ବନ୍ଧୁପୁର ପଞ୍ଚାୟତ ରେ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରିବାସହ କେତେକ ପ୍ରକଳ୍ପ ଉଦଘାଟନ କରିଥିଲେ । ଶେଷରେ ସାନ୍ତପୁର ପଞ୍ଚାୟତ ରେ ଚିତ୍ରୋତ୍ପଳା ସେତୁର ଉଭୟ ପାର୍ଶ୍ୱ ରେ ସ୍ବର୍ଗତ ପ୍ରାକ୍ତନ ମନ୍ତ୍ରୀ କାଳିନ୍ଦୀ ବେହେରା ଏବଂ ପ୍ରାକ୍ତନ ବିଧାୟକ ମାୟାଧର ସେଠୀ ଙ୍କ ର ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରାଯାଇଥିଲା । ସାନ୍ତପୁର ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟ ଅତିଥି, ଚଳଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ବିଧାୟକ ଚନ୍ଦ୍ରସାରଥୀ ବେହେରାପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇ ବିଜୁ ସ୍ୱାସ୍ଥ୍ୟ କାର୍ଡ ର ଉପଯୋଗୀତା ଓ ଉପାଦେୟତା ସମ୍ପର୍କ ରେ ସୂଚନା ଦେଇ ଥିଲେ । ପ୍ରତିମୂର୍ତ୍ତି ସ୍ଥାପନ କମିଟି ସଭାପତି ଭୈରବ ଜେନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଡା. ରଶ୍ମିତା ସେଠୀ, ବି ଡି ଓ କର୍ଣ୍ଣଦେବ ସମାଦାର, ପ୍ରମୋଦ ମହାପାତ୍ର, ସରପଞ୍ଚ ବିଜୟ ଲକ୍ଷ୍ମୀ ମୁଦୁଲି, ପ୍ରମୁଖ ଉଦବୋଧନ ଦେଇ ଥିଲେ । ଶ୍ରୀ ଅଚ୍ୟୁତାନନ୍ଦ ଦାସ ସ୍ୱାଗତ ସୂଚନା ଦେଇଥିବା ବେଳେ ସମାଜସେବୀ ନୃସିଂହ ଚରଣ ମୁଦୁଲି କାର୍ୟ୍ୟକ୍ରମ ର ସଫଳତା ସମ୍ପର୍କ ରେ ଉଦବୋଧନ ଦେଇଥିଲେ । କାର୍ୟ୍ୟକ୍ରମ ରେ ବ୍ଲକ ବି ଜେ ଡି କାର୍ୟ୍ୟକାରୀ ସଭାପତି ପ୍ରମୋଦ ନାୟକ, ପର୍ୟ୍ୟବେକ୍ଷକ ରମେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର
