Tuesday , August 9 2022
Breaking News
Home / ବିଶେଷ / ସମାଜସେବୀଙ୍କ ବିୟୋଗରେ ଶୋକ

ସମାଜସେବୀଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୧୯/୧୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ଦେପୁର ଗ୍ରାମର ନାରାୟଣ ଚନ୍ଦ୍ର ପତି(ନିମା ନନା)ଙ୍କର ଦୂର୍ଘଟଣା ଜନିତ ଅକାଳ ବିୟୋଗ ସେ ଅଂଚଳର ଲୋକମାନଙ୍କ ପାଇଁ ଅତ୍ୟନ୍ତ ମର୍ମନ୍ତୁଦ ଓ ହୃଦୟ ବିଦାରକ ହୋଇଛି । ସ୍ୱର୍ଗତ ପତି ହାଇସ୍କୁଲ ପରିଚାଳନା ପରିଷଦର ସଭାପତି, ସମବାୟ ସମିତିର ନିର୍ଦେଶକ ଓ ବିଭିନ୍ନ କୃଷି ଏବଂ ସାମାଜିକ ସଂଗଠନ ଜରିଆରେ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ତାଙ୍କ ଭଳି ଜଣେ ଶାନ୍ତ, ସରଳ, ନିଷ୍କପଟ ଓ ଅମାୟୀକ ଯୁବକଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ଅବିଭକ୍ତ ଓସ୍ତପୁର ପଂଚାୟତର ପୂର୍ବତନ ସରପଂଚ ତଥା ଓଡିଶା ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହିତ ଦୁଃଖ ଓ ଯନ୍ତ୍ରଣାକୁ ସହିବା ପାଇଁ ସେମାନଙ୍କୁ ଧୈର୍ଯ୍ୟ, ଶକ୍ତି, ସାହସ ଓ ସାମର୍ଥ୍ୟ ପ୍ରଦାନ କରିବାକୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶ୍ରୀ ଖଟୁଆ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.