Thursday , January 20 2022
Breaking News
Home / ନିର୍ବାଚନ / ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ – ବିଜ୍ଞପ୍ତି ଜାରି ହେବା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ

ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ – ବିଜ୍ଞପ୍ତି ଜାରି ହେବା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ

ଭୁବନେଶ୍ୱର , ୧୯/୧୨/୨୦୨୧ (ଓଡ଼ିଶା ସମାଚାର)- ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିସଶଙ୍କ ପକ୍ଷରୁ ଭାରତୀୟ ସମ୍ବିଧାନର ୨୪୩-କେ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଉଛି। ଏହା ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ନିର୍ବାଚନର ଫଳାଫଳ ଘୋଷଣା ହେବା ଯାଏଁ କାର୍ୟ୍ୟକାରୀ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ। ବିଜ୍ଞପ୍ତି ଜାରି ହେବା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଗଣତି ସରିବା ପର୍ୟ୍ୟନ୍ତ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ । ଇଂରାଜୀ ଓ ଓଡ଼ିଆ ଭାଷାରେ ଆଚରଣ ବିଧି ସଂକ୍ରାନ୍ତ ମାର୍ଗଦର୍ଶିକା ପ୍ରକାଶ ପାଇବ । ପଞ୍ଚାୟତ ନିର୍ବାଚନ ନେଇ ଖୁବଶୀଘ୍ର ସର୍ବଦଳୀୟ ବୈଠକ ବସିବ । ବୈଠକ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା ହେବ । ଚଳିତ ଥର ଭୋଟ୍ ଗ୍ରହଣ ଦିନ ଗଣତି ହେବ ନାହିଁ । ଜୋନ୍ ତଥା ବ୍ଲକର ସାମଗ୍ରିକ ତ୍ରିସ୍ତରୀୟ ନିର୍ବାଚନ ସରିବା ପରେ ବ୍ଲକ୍ ମୁଖ୍ୟାଳୟରେ ଗଣତି କରାଯିବ । ୩ଟି ପର୍ୟ୍ୟାୟରେ ଗଣତି ଓ ୫ଟି ପର୍ୟ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *