Thursday , September 28 2023
Home / ରାଜନୀତି / ମୂଖ୍ୟମନ୍ତ୍ରୀଙ୍କ ଗୁଡ୍ ବୁକ୍ ରେ କଟକ ସଦର  ଵିଧାୟକ ଚନ୍ଦ୍ର ସାରଥି ଵେହେରା ସଫଳତା ପଛରେ ସଫଳ ଗୋଟିଚାଳନା

ମୂଖ୍ୟମନ୍ତ୍ରୀଙ୍କ ଗୁଡ୍ ବୁକ୍ ରେ କଟକ ସଦର  ଵିଧାୟକ ଚନ୍ଦ୍ର ସାରଥି ଵେହେରା ସଫଳତା ପଛରେ ସଫଳ ଗୋଟିଚାଳନା

କଟକ ସଦର, ୧୯/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦରରୁ ଦୁଇଥର ଓ ସାଲେପୁରରୁ ଥରେ ଵିଧାୟକ ଭାଵେ ଜିତିଥିଵା ଯୁଵ ପ୍ରତିଭା ଚନ୍ଦ୍ର ସାରଥି ଵେହେରା ଏଵେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ୍ ବୁକ୍ ରେ ଥିଵା ଜଣାଯାଇଛି।ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ କୋରାପୁଟ ଓ ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଵିଜେଡି ପର୍ୟଵେକ୍ଷକ ଭାଵେ ଗୁରୁଦାୟିତ୍ଵ ପ୍ରଦାନ କରିଛନ୍ତି। ସେହିପରି ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି କ୍ରିଡ଼ା ଓ ଯୁଵଵ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ଵିଭାଗର ମନ୍ତ୍ରୀ କରିଥିଵା ଵେଳେ ଆଗାମୀ ଦିନରେ ମଧ୍ୟ ମନ୍ତ୍ରୀ ମିଳିଵା ଚର୍ଚ୍ଚା ହେଉଛି।୨୦୦୯ ରେ ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜିଲ୍ଲା ବିଜେଡ଼ି ସଭାପତି ଙ୍କୁ ଶେଷ ମୂହୁର୍ତ୍ତରେ ହଟାଇ ଵିଜେଡି ଟିକେଟରେ ଵିଧାୟକ ଭାଵେ ନୂଆକରି ଜିତିଵା ସେ ସମୟରେ ତାଙ୍କର ସଫଳ ଗୋଟି ଚାଳନାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।ଏହାପରେ କଟକ ସଦର ଭଳି ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହେଵା କେଵଳ ସଫଳ ଗୋଟି ଚାଳନାକୁ ପ୍ରତିପାଦିତ କରୁଛି।ଏଵେ ଆସିଛି ପଞ୍ଚାୟତ ନିର୍ବାଚନ।ଅତିତରେ ଯେଉଁ ପଞ୍ଚାୟତ ପ୍ରତିନିଧିମାନେ ବିଚ୍ ରାସ୍ତାରେ ଜାତିଆଣ ଆକ୍ଷେପ କରି ସର୍ବସମ୍ମୁଖରେ ଗାଳିଗୁଲଜ କରୁଥିଲେ ଏବଂ ରାଜରାସ୍ତାରେ କୁଶପୁତ୍ତଳିକା ଦାହ କରୁଥିଲେ ସେମାନଙ୍କୁ ମୁଳୁ ମାରିଲେ ଜିଵ ସରି,ଦେଵଙ୍କ ସଙ୍ଗେ କିମ୍ପା କଳି ନ୍ୟାୟରେ ଏଥର ଲଢିଵାର ସୁଯୋଗ ଵି ମିଳିନଥିବା ଲୋକ ମୁଖରୁ ଶୁଣିବାକୁ ମିଳୁଛି। ଆଗାମୀ ଦିନରେ ବିଧାୟକ ଚନ୍ଦ୍ର ସାରଥିଙ୍କ ଗୋଟି ଚାଳନା ଆଉ କେଉଁ ରୂପ ନେଉଛି ତାହା କେଵଳ ଦେଖିବାକୁ ଵାକି ରହିଲା। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *