Tuesday , August 9 2022
Breaking News
Home / ବିଶେଷ / ମନ୍ତ୍ରୀ ଙ୍କ ଦ୍ୱାରା ବ୍ଲକ ଷ୍ଟାଫ କ୍ୱାଟର,ଆଇସିଡିଏସ ବିଲ୍ଡିଂ ଉଦଘାଟିତ

ମନ୍ତ୍ରୀ ଙ୍କ ଦ୍ୱାରା ବ୍ଲକ ଷ୍ଟାଫ କ୍ୱାଟର,ଆଇସିଡିଏସ ବିଲ୍ଡିଂ ଉଦଘାଟିତ

ଭୁବନ,୧୯/୧୨/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତଷ୍ଟାପ କ୍ୱାଟର, ସଭାଗୃହ, ଆଇସିଡିଏସ, ପରିସଂଖ୍ୟନ କାର୍ଯ୍ୟାଳୟ ଓ ସମ୍ମୁଖ ଗେଟ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣିଳ, ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ନଡିଆ ବାଡେଇ ପ୍ରଥମେ ୧୦ ଲକ୍ଷଟଙ୍କା ବ୍ୟୟରେ ନିର୍ମିତ ପ୍ରବେଶ ଦ୍ୱାର (ଫାଟକ) କୁ ଉଦଘାଟନ କରିବା ପରେ ୩୬ ଲକ୍ଷ ଟଙ୍କାରେ ନିର୍ମିତ ଷ୍ଟାଫ କ୍ୱାଟର,୨୭ ଲକ୍ଷ ଟଙ୍କାରେ ନିର୍ମିତ ଆଇସିଡିଏସ ବିଲ୍ଡିଂଏବଂଶେଷରେ ୨୦ ଲକ୍ଷଟଙ୍କା ବ୍ୟୟରେ ନିର୍ମିତ ସଭାଗୃହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ପରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ବିଡିଓ ଆଶୀର୍ବାଦ ପରିଡା,ବ୍ଲକ ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ,ଦଳୀୟ କର୍ମୀ ଓ ବ୍ଲକ କର୍ମଚାରୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.