Tuesday , May 30 2023
Breaking News
Home / ବିଶେଷ / ଭୁବନ କାଚରା ସମାଜ ର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତା ନିର୍ବାଚନ

ଭୁବନ କାଚରା ସମାଜ ର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତା ନିର୍ବାଚନ

ମାଧବାନନ୍ଦ ସଭାପତି , ଦୁଃଶାସନ ସଂପାଦକ

ଭୁବନ,୧୯/୧୨/୨୦୨୧(ଓଡ଼ିଶା ସମାଚାର)-ଭୁବନ କାଚରା ସମାଜ ର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତା ନିର୍ବାଚନ ଆଜି ସ୍ଥାନୀୟ ବୁଦ୍ଧେଶ୍ୱର ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି । ପୂର୍ବତନ ସଭାପତି ମାଧବାନନ୍ଦ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଗତ ବର୍ଷର ଆୟବ୍ୟୟ ହିସାବ ସର୍ବସମ୍ମୁଖ ରେ ଉପସ୍ଥାପନ କରାଯିବା ପରେ ଜାତିଭାଇ ଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା ।

           ମାଧବାନନ୍ଦ ସଭାପତି

ଶେଷରେ ସର୍ବସମ୍ମତି କ୍ରମେ ମାଧବାନନ୍ଦ ସାହୁ ସଭାପତି , ଦୁଃଶାସନ ସାହୁ ସଂପାଦକ , ଦାମୋଦର ସାହୁ ଉପସଭାପତି, ବସନ୍ତ କୁମାର ସାହୁ କୋଷାଧ୍ୟକ୍ଷ , ପ୍ରଶାନ୍ତ କୁମାର ସାହୁ ସଂଯୋଜକ ଏବଂ ଦୁର୍ଯୋଧନ ସାହୁ,ସୁଧାକର ରଣା,ବିଜୟ କୁମାର ପାତ୍ରଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା ।ସମଗ୍ର ଭୁବନକୁ ୫ ଟି ଜୋନରେ ବିଭକ୍ତ କରାଯାଇ ପ୍ରତ୍ୟେକ ଜୋନରେ ୩ ଜଣ ଲେଖାଁଏ କର୍ମକର୍ତାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା ।

ଦୁଃଶାସନ ସଂପାଦକ

ନୂତନ କର୍ମକର୍ତାଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଉପସ୍ଥିତ ଶତାଧିକ ଜାତିଭାଇ ଙ୍କ ଗହଣରେ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଜାତିଭାଇ ଙ୍କ ସ୍ୱାର୍ଥ ଓ ସମ୍ମାନ ରକ୍ଷାକରିବା ଆମ୍ଭର ପ୍ରଥମ ଲକ୍ଷ୍ୟ ଓ କାର୍ଯ୍ୟହେବ ବୋଲି ନୂତନ ସଭାପତି ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.