Tuesday , August 16 2022
Breaking News
Home / ରାଜନୀତି / ଭାରତୀୟ କମ୍ୟୁନିଷ୍ଟ  ପାର୍ଟିର ଆନ୍ଦୋଳନ ଡାକରା

ଭାରତୀୟ କମ୍ୟୁନିଷ୍ଟ  ପାର୍ଟିର ଆନ୍ଦୋଳନ ଡାକରା

କେନ୍ଦ୍ରାପଡ଼ା, ୧୯/୧୨/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ  କମ୍ୟୁନିଷ୍ଟ ପାର୍ଟି (ସି. ପି. ଆଇ.)  ଜିଲ୍ଲା କମିଟି ପକ୍ଷରୁ ଆସନ୍ତା ୨୪ତାରିଖ ଶୁକ୍ରବାର ବାତ୍ୟା କ୍ଷତିଗ୍ରସ୍ତ  ଚାଷୀଙ୍କୁ ହେକ୍ଟର ପିଛା ୫୦ହଜାର ଟଙ୍କା ତୁରନ୍ତ ପ୍ରଦାନ, ଅଣସଙ୍ଗଠିତ ଶ୍ରମିକମାନଙ୍କୁ  ସରକାରୀ ଚାକିରୀର ମାନ୍ୟତା ପ୍ରଦାନ, ପେଟ୍ରୋଲ, ଡିଜେଲ ସହିତ  ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ  ହ୍ରାସ କରିବା, କେନ୍ଦ୍ରାପଡା ଜିଲ୍ଲା ଦେଇ ଯାତ୍ରୀବାହୀ ରେଳ ଚଳାଚଳ କରିବା, ସରକାରୀ ମେଡିକାଲ  କଲେଜ ପ୍ରତିଷ୍ଠା କରାଯିବା, ପ୍ରତ୍ୟେକ  ବ୍ଲକରେ  ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଚାଷୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ରବି ଫସଲ ପାଇଁ ସାର, ବିହନ, ବିନା ସୁଧରେ ଋଣ ପ୍ରଦାନ ଆଦି ଦାବିରେ ତିନିମୁହାଣି ଛକ ଠାରୁ ୫ଶହ ସାଥିଙ୍କ ଏକ  ଶୋଭାଯାତ୍ରା ବାହାରିି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ପରେ ସେଠାରେ ଏକ ସମାବେଶ ଅନୁଷ୍ଠିତ ହେବ । ସେହି ସମାବେଶରେ  ରାଜ୍ୟ ସଂପାଦକ ସାଥି  ଆଶିଷ  କାନୁନଗୋ, ରାଜ୍ୟ କାର୍ଯ୍ୟକାରୀ କମିଟି  ସଭ୍ୟ ସାଥି  ଜୟନ୍ତ ଦାସ, ଜାତୀୟ  ପରିଷଦ  ସଭ୍ୟ ସାଥି ଅଭୟ ସାହୁ ପ୍ରମୁଖ  ଯୋଗଦେବାର  କାର୍ଯ୍ୟକ୍ରମ ରହିଛି  ବୋଲି ସି.ପି.ଆଇ. ଜିଲ୍ଲା ସଂପାଦକ ସାଥି ରମଣୀ ରଞ୍ଜନ ରାଉତରାୟ, ସହ ସଂପାଦକ  ସାଥି ଆଦିକନ୍ଦ ରାଉଳ,  ପ୍ରାକ୍ତନ ସଂପାଦକ ତଥା ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ବାବାଜୀ ଧଳ,  କେନ୍ଦ୍ରାପଡା  ଜୋନ ସମ୍ପାଦିକା ସାଥି ସୁଭାଶିନି ଭଦ୍ର, ମାର୍ଶାଘାଇ ମହାକାଳପଡା  ଜୋନ ସଂପାଦକ ସାଥି ବିକାଶ ଚନ୍ଦ୍ର ବେଉରା,  ପଟ୍ଟାମୁଣ୍ଡାଇ ରାଜନଗର ଜୋନ ସଂପାଦକ ସାଥି ଅଭୟ ଦାସ, ଆଳି କନିକା ଆବାହକ ସାଥି ସୁହାନା ବେଗମ ପ୍ରମୁଖ ଏକ ପ୍ରେସ ଇସ୍ତାହର ମାଧ୍ୟମରେ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁଅ ଲୋକରଞ୍ଜନଙ୍କୁ ଲଞ୍ଚ କରାଇଲେ କି ସାଂସଦ ଭତୃହରି ମହତାଵ ?

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ‘ ପ୍ରଜାତନ୍ତ୍ର ‘ ର ୭୫ତମ ଵର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ …

Leave a Reply

Your email address will not be published.