Tuesday , August 9 2022
Breaking News
Home / ବିଶେଷ / ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କୁ ପଟିଆ କିଲ୍ଳା ସମ୍ମାନ-୨୦୨୧ ପ୍ରଦାନ

ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କୁ ପଟିଆ କିଲ୍ଳା ସମ୍ମାନ-୨୦୨୧ ପ୍ରଦାନ

ଭୁବନେଶ୍ୱର , ୧୯/୧୨/୨୦୨୧ (ଓଡ଼ିଶା ସମାଚାର)-ବରିଷ୍ଠ ଜନନେତା, ପୂର୍ବତନ ସାଂସଦ ଶ୍ରୀ ଶିବାଜୀ ପଟ୍ଟନାୟକଙ୍କୁ କ୍ରମେଡ଼ ବନମାଳୀ ଜେନା ଜନ୍ମଶତବାର୍ଷିକୀ ଉପଲକ୍ଷେ ପଟିଆ କିଲ୍ଲା ସମ୍ମାନ-୨୦୨୧ ପ୍ରଦାନ କରାଯାଇଅଛି ।
ରାଜଭବନ ପରିସରରେ ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ସମ୍ମାନ ପ୍ରଦାନ କରଯିବାର ବ୍ୟବସ୍ଥା କରାଯାଇଥିଲା । ଶ୍ରୀ ପଟ୍ଟନାୟକଙ୍କ ଦେହ ଅସୁସ୍ଥ ବଶତଃ ୯୨ ବର୍ଷରେ ଚିକିତ୍ସା କରୁଥିବା ଡ଼ାକ୍ତର ଯିବା ପାଇଁ ବାରଣ କରିଥିବାରୁ ସ୍ମୃତିକମିଟିର କର୍ମକର୍ତାମାନେ ଜାଗମରାସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ପଟିଆକିଲ୍ଲା ସମ୍ମାନ-୨୦୨୧ ପ୍ରଦାନ କରିଥିଲେ । ଐତିହାସିକ ପଟିଆ ବନ୍ଧ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ସ୍ୱର୍ଗତ ଜେନା । ସ୍ମୃତି କମିଟିର ସଭାପତି ଶ୍ରୀ ପ୍ରେମାନନ୍ଦ ସାହୁ, ଉପସଭାପତି ନୃସିଂହ ଚରଣ ରାଉତ, ସମ୍ପାଦକ କମ୍ରେଡ଼ ନୃସିଂହ ଚରଣ ବେହେରା, ରଞ୍ଜନ କୁମାର ଜେନା, ବିଜୟ ଜେନା, ଆୟୋଜକ ଶ୍ରୀ ଅଭୟ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.