କଟକ ସଦର, ୧୮/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସଂସ୍କୃତି ସୁରକ୍ଷା ସଂଗଠନ ମଧ୍ୟଶାସନ ପକ୍ଷରୁ ଆଜି ଶନିବାର ଦିନ କଟକ ସଦର ଅନ୍ତର୍ଗତ ପାରାଵିଲ୍ ରାଧାମାଧଵ ମନ୍ଦିର ପ୍ରାଙ୍ଗଣରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ସଂଗଠନର ସଭାପତି ଅନନ୍ତ ଚରଣ ଦଳାଇ, ଉପସଭାପତି ସ୍ମୃତିରଞ୍ଜନ ଭୋଇ, ସଂପାଦକ ଭରତ ଚନ୍ଦ୍ର ମାଝୀ,ସହ ସଂପାଦକ ପ୍ରମୋଦ କୁମାର ଦାଶ, ପର୍ୟ୍ୟବେକ୍ଷକ ଉମାକାନ୍ତ ରଥ, କୋଷାଧ୍ୟକ୍ଷ ଈଶ୍ଵର ଚନ୍ଦ୍ର ପ୍ରମୁଖ ଯୋଗଦେଇ ସଂଗଠନର ଉଦ୍ଦେଶ୍ୟ ଓ ସଂସ୍କୃତି ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ପ୍ରତିଯୋଗୀତା ମାନଙ୍କୁ ଶିକ୍ଷାବିତ ଧରଣୀଧର ଵେହେରା ଓ ଜଇରାମ ପଇଡା ମାନପତ୍ର ପ୍ରଦାନ କରିଥିଲେ। ପରିଚାଳନାରେ ଵିଶ୍ୱରଞ୍ଜନ ବେହେରା, ଜଗନ୍ନାଥ ମୁଦୁଲି,ଶିଵ ପ୍ରସାଦ ସାହୁ, ସୂର୍ୟ୍ୟ କାନ୍ତ ରଥ ପ୍ରମୁଖ ସହାୟତା କରିଥିଲେ। ଓଡ଼ିଶା ସମାଚାର