Tuesday , August 16 2022
Breaking News
Home / ବିଶେଷ / ଶୋଚନୀୟ ହୋଇପଡିଛି ଚିତ୍ରୋତ୍ପଳା ନଦୀବନ୍ଧରାସ୍ତା :ପୁନଃ ନିର୍ମାଣ ଦାବି କଲେ ସାଧାରଣ ଲୋକେ

ଶୋଚନୀୟ ହୋଇପଡିଛି ଚିତ୍ରୋତ୍ପଳା ନଦୀବନ୍ଧରାସ୍ତା :ପୁନଃ ନିର୍ମାଣ ଦାବି କଲେ ସାଧାରଣ ଲୋକେ

ସାଲେପୁର,୧୮/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲାର ମହାନଦୀ- ଚିତ୍ରୋତ୍ପଳା ନଦୀବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା । ଚିତ୍ରୋତ୍ପଳା ସାଇଫନ ସେତୁ ଠାରୁ ଗୁଆଳି ଦେଇ ତାରପୁର ପର୍ୟ୍ୟନ୍ତ ଯାଇଥିବା ନଦୀବନ୍ଧ ରାସ୍ତା କୁ ବିଭାଗୀୟ କର୍ତୃପକ୍ଷ ଦୀର୍ଘଦିନ ହେବ ମରାମତି କିମ୍ବା ପୁନଃ ନିର୍ମାଣ କରୁନାହାନ୍ତି । ଫଳରେ ଲୋକେ ଯାତାୟାତ ରେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି । ସେହିପରି ସେତୁ ନିକଟରୁ କଳମିଶ୍ରି ପର୍ୟ୍ୟନ୍ତ ଯାଇଥିବା ଚିତ୍ରୋତ୍ପଳା ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ରାସ୍ତା ରେ ଯାତାୟାତ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ନଦୀବନ୍ଧ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଦୀର୍ଘ ବର୍ଷ ହେବ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ମାଣ କରିଥିଲେ । ଏହି ନଦୀବନ୍ଧ ରେ ମାତ୍ରାଧିକ ବାଲି ବୋଝେଇ ଟ୍ରକ,ହାଇ ୱା, ଡମ୍ଫର, ଟ୍ରାକ୍ଟର ଗୁଡିକ ଅବାଧରେ ଯାତାୟାତ କରିବା ଯୋଗୁଁ ଦୀର୍ଘବର୍ଷ ହେବ ଏହି ରାସ୍ତାଟି ଅତ୍ୟନ୍ତ ଖରାପ ହୋଇ ପଡିଛି । ପୁନଃ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ସୁଦ୍ଧା ପ୍ରଶାସନର ନିଦ ଭାଙ୍ଗୁନି । କଦର୍ୟ୍ୟ ନଦୀବନ୍ଧ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ରାସ୍ତା ପାଇଁ ଲୋକେ ନାହିଁନଥିବା ସମସ୍ୟା ଭୋଗିବା ସହ ଗ୍ରାମାଞ୍ଚଳର ଏହି ରାସ୍ତାରେ ବାରଂବାର ଦୁର୍ଘଟଣା ଘଟୁଛି । ଯଦି ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନନି ଅନ୍ତି ତାହେଲେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.