Friday , September 22 2023
Breaking News
Home / ବିଶେଷ / ପୂର୍ଵତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ହାଇକୋର୍ଟଙ୍କ ଝଟକା,ସିଵିଆଇ ମାମଲା ରଦ୍ଦ ଆଵେଦନ ଖାରଜ

ପୂର୍ଵତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ହାଇକୋର୍ଟଙ୍କ ଝଟକା,ସିଵିଆଇ ମାମଲା ରଦ୍ଦ ଆଵେଦନ ଖାରଜ

କଟକ ସଦର, ୧୮/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଅର୍ଥତତ୍ୱ (ଏଟି) ଚିଟଫଣ୍ଡ ଠକେଇ ମାମଲାରେ ଵାଙ୍କୀର ପୂର୍ଵତନ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କୁ ହାଇକୋର୍ଟ ଙ୍କ ଝଟକା ଲାଗିଛି। ଠକେଇ ମାମଲାର ତଦନ୍ତ କରୁଥିବା ସିଵିଆଇ(କେନ୍ଦ୍ରୀୟ ତଦନ୍ତ ଵ୍ୟୁରୋ)ର ଏତଲା ରଦ୍ଦ କରିଵାକୁ ପ୍ରଭାତ ତ୍ରିପାଠୀ ଉଚ୍ଚ ନ୍ୟାୟାଳୟରେ କରିଥିବା ଆଵେଦନ ଖାରଜ ହୋଇଯାଇଛି। ଏଥିସହିତ ଶ୍ରୀ ତ୍ରିପାଠୀଙ୍କ ଵିରୁଦ୍ଧରେ ମାମଲା ଚାଲୁ ରହିଵ ଵୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟଙ୍କ ରାୟ ପ୍ରକାଶ ଫଳରେ ଶ୍ରୀ ତ୍ରିପାଠୀ ଙ୍କୁ ଶକ୍ତ ଝଟକା ଲାଗିଛି।
ସୂଚନାଯୋଗ୍ୟ ଯେ ଅର୍ଥତତ୍ତ୍ୱ (ଏଟି) ଚିଟଫଣ୍ଡ ଠକେଇ ମାମଲାରେ ଅପରାଧୀକ ଷଡ଼ଯନ୍ତ୍ର,ଵେଆଇନ ଅର୍ଥ କାରବାର, ଚିଟଫଣ୍ଡ ସହ ସମ୍ପୃକ୍ତି ଅଭିଯୋଗରେ ସିଵିଆଇ ଶ୍ରୀ ତ୍ରିପାଠୀଙ୍କୁ ଗିରଫ କରିଥିଲା। ଶ୍ରୀ ତ୍ରିପାଠୀ ଏଟି ଗୃପ୍ ର ମୂଖ୍ୟ ପ୍ରଦୀପ ସେଠୀଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଭାଵେ ରହି ନିଜେ ଷ୍ଟେଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ଥିବା ବେଳେ ୨୦୧୧ ରେ ପ୍ରଦୀପ ସେଠୀଙ୍କୁ ଆୱ।ର୍ଡ ପ୍ରଦାନ କରିଥିଲେ। ଏବଂ ସେ ବେଆଇନ ଭାବେ ଏଟି ଗୃପ୍ ରୁ ଟଙ୍କା ନେଇଥିବା ଅଭିଯୋଗ ଥିଲା। ଯେ ହେତୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୋଇନାହିଁ ଏଣୁ ସିବିଆଇ ପକ୍ଷରୁ ରୁଜୁ ମାମଲାକୁ ଖାରଜ ପାଇଁ ସେ ଆଵେଦନ କରିଥିଲେ। ଅନ୍ୟପକ୍ଷରେ ଅର୍ଥତତ୍ତ୍ୱ (ଏଟି) ଚିଟଫଣ୍ଡ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପକ୍ଷରୁ ରୁଜୁ ମାମଲାରେ ପ୍ରଦୀପ ସେଠୀଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିବା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *