Saturday , June 3 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ସମାଜ ବିଜ୍ଞାନ ବିଭାଗ ଆଲୋଚନା ଚକ୍ର

କେନ୍ଦ୍ରାପଡା କଲେଜ ସମାଜ ବିଜ୍ଞାନ ବିଭାଗ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୧୮/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଡଃ. ପ୍ରହଲ୍ଲାଦ କୁମାର କର  “ସାମାଜିକ ଗବେଷଣା କ୍ଷେତ୍ରରେ ପରିକଳ୍ପନାର ଭୂମିକା”ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମୂଲ୍ୟବାନ ମତାମତ ଉପସ୍ଥାପନା କରିଥିଲେ । ଛାତ୍ରଛାତ୍ରୀମାନେ କିପରି ଗବେଷଣା କ୍ଷେତ୍ରରେ ଏହାର ସଦୁପଯୋଗ କରିପାରିବେ ସେ ସମ୍ପର୍କରେ ପର୍ଯ୍ୟାପ୍ତ ତଥ୍ୟ ପ୍ରଦାନ କରିଥିଲେ ଡଃ. କର । ବିଭାଗୀୟ ମୁଖ୍ୟ ଡଃ. ସୁଷମା ଶତପଥୀଙ୍କ ସମେତ ବିଭାଗର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଏହି ଆଲୋଚନାରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.