କଟକ ସଦର, ୧୮/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଜିଲ୍ଲା ସାମାଜିକ ସେବା ସଂଗଠନ ନାଁ ରେ ରାଜନିତୀକୁ ଓହ୍ଲାଇ କଟକ ସଦର ନିର୍ବାଚନମଣ୍ଡଳୀରୁ ସ୍ୱ।ଧିନ ଭାଵେ ବିଧାୟକ ହୋଇ ପରବର୍ତ୍ତୀ ସମୟରେ ଚୈ।ଦ୍ୱ।ର କଟକ ନିର୍ବାଚନ ମଣ୍ଡଳୀରୁ ଵିଜେଡି ବିଧାୟକ ହୋଇଥିବା ପ୍ରଭାତ ରଞ୍ଜନ ବିଶ୍ୱାଳ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରୁ ଫେରିବା ପରେ ତାଙ୍କର ପୋଷାକ ର ରଙ୍ଗ ବଦଳି ଯାଇଥିବା ଦେଖାଯାଉଛି। ଯିଏ ସଵୁଵେଳେ ଧଳା ରଙ୍ଗର ପୋଷାକ ଉପରେ ରୁଚି ରଖୁଥିଲେ ଏମିତି କ’ଣ ହେଲା କେଜାଣି ଜେଲରୁ ଫେରିଵା ପରେ ପୋଷାକର ରଙ୍ଗ ଖଇରିଆ ହୋଇଗଲା। ଏଵେ ସେହି ଗୋଟିଏ ଖଇରିଆ ରଙ୍ଗର ପୋଷାକ ହିଁ ସବୁବେଳେ ପିନ୍ଧୁଛନ୍ତି। ଏହା କ’ଣ ଵୈରାଗ୍ୟ ନାଁ କୈଣସି ଵାଵାଙ୍କ ହୁକୁମ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଯାହା ହେଉ ଏ ସମ୍ପର୍କରେ ପ୍ରଭାତରଞ୍ଜନ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଏହାର ରହସ୍ୟ ମୁଁ ଯଥା ଶୀଘ୍ର ଦେଵି ଏବଂ ମୋ ପ୍ରତି ଯେଉଁ ଅନ୍ୟାୟ ହୋଇଛି ତାର ଉଚିତ ଜଵାଵ ଵି ଦେଵି।
ସୂଚନାଯୋଗ୍ୟ ଯେ ଚିଟଫଣ୍ଡ ମାମଲା ପାଇଁ ପ୍ରଭାତଙ୍କୁ ବିଜେଡି ଟିକେଟ ନଦେଇ ପୂଅ ସୈ।ଭିକ୍ ଙ୍କୁ ଦେଇଥିଲା। ଯେଉଁଥିପାଇଁ ରାଜନିତୀର ଶୀର୍ଷ ସ୍ଥାନରେ ପହଞ୍ଚାଇଥିଵା ସାନ ଭାଇ ଆରତରଞ୍ଜନ(ଵେଙ୍ଗଲା)ଏଵେ ଏକ ପ୍ରକାର ଅଜ୍ଞାତବାସରେ ଥିଵା ଜଣାଯାଇଛି। ହେଲେ ସଵୁର ସହ ପୋଷାକର ରଙ୍ଗର ପୋଲ କେଵେ ପ୍ରଭାତ ଖୋଲୁ ଛନ୍ତି ତାକୁ କେଵଳ ଅପେକ୍ଷା ରହିଛି। ଓଡ଼ିଶା ସମାଚାର