Friday , August 19 2022
Breaking News
Home / ସ୍ୱାସ୍ଥ୍ୟ / କଟକ ଵଡ ମେଡିକାଲକୁ ଅସହାୟ ଵୋଝ, ଥଇଥାନ ପାଇଁ ନାହିଁ ମାଗଣା ବ୍ୟବସ୍ଥା, କୁଆଡେ ଯିଵେ ୧୧୫ ରୋଗୀ

କଟକ ଵଡ ମେଡିକାଲକୁ ଅସହାୟ ଵୋଝ, ଥଇଥାନ ପାଇଁ ନାହିଁ ମାଗଣା ବ୍ୟବସ୍ଥା, କୁଆଡେ ଯିଵେ ୧୧୫ ରୋଗୀ

କଟକ ସଦର, ୧୮/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଏସସିଵି ଵଡ ମେଡିକାଲକୁ ଏମ୍ସ ପ୍ଲସ ସହିତ ବିଶ୍ୱସ୍ତରୀୟ କରିଵାକୁ ଭିତ୍ତିଭୂମି ଆଗେଇ ଚାଲିଥିବା ବେଳେ ଅସହାୟ ରୋଗୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନଥିଵାରୁ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ମେଡିକାଲ୍ କୁ ଆସୁଥିବା ଵହୁ ଅସହାୟ ରୋଗୀ ଆସୁଥିବାରୁ ସେମାନଙ୍କର ଚିକିତ୍ସା ସୁବିଧା ସିନା ମେଡିକାଲ କତୃପକ୍ଷ କରୁଛନ୍ତି ହେଲେ ଚିକିତ୍ସା ପରେ ସେମାନେ କେଉଁଠି ଥଇଥାନ ହେଵେ ସେ ନେଇ ନା ମେଡିକାଲ କତୃପକ୍ଷ ନା ଜିଲ୍ଲା ପ୍ରଶାସନ କାହାର ଯେପରି ଦାୟିତ୍ଵ ଥିଵା ମନେ ହେଉନାହିଁ। ସେଥିପାଇଁ ଚିକିତ୍ସା ପରେ ରୋଗୀମାନେ କେଉଁଠି ରହିଵେ ତାହାର କୂଳକିନାରା ପାଉନାହାନ୍ତି।ଅନେକ ପରିଵାର ତାଙ୍କର ସମ୍ପର୍କୀୟ ଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ଆଣି ଛାଡି ଚାଲିଯାଉଥିବା ଵି ନଜିର ରହିଛି।କେଵଳ ସହାୟକଙ୍କ ହାତରେ ଚାଲିଛି ଅସହାୟଙ୍କ ଚିକିତ୍ସା ସେଵା।ଏହି ଅସହାୟ ରୋଗୀଙ୍କ ମଧ୍ୟରେ ମେଡିସିନ ଵିଭାଗରେ ୪୫ ଜଣ,ଅର୍ଥୋପେଡିକରେ ୪୦ ଜଣ, ସର୍ଜରୀ ରେ ୧୦ ଜଣ,ଟିଵିରେ ୪ ଜଣ, ମାନସିକ ପ୍ରତିଷ୍ଠାନରେ ୧୪ ଜଣ ସହାୟକମାନଙ୍କ ଦ୍ୱାରା ଚିକିତ୍ସା ସେଵାରେ ଅଛନ୍ତି। ମାନବିକତା ଦୃଷ୍ଟିରୁ ଏହି ଅସହାୟ ରୋଗୀମାନଙ୍କୁ ଚିକିତ୍ସା ପରେ ଥଇଥାନର ସୁ ବନ୍ଦୋବସ୍ତ କରିବାପାଇଁ ଜିଲ୍ଲା ପ୍ରଶାସନ ଆନ୍ତରିକତା ପ୍ରଦର୍ଶନ କରିଵାକୁ ସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର

About admin

Check Also

୧୧୪ ଜଣ ଶିଶୁ ଙ୍କ ସମେତ ୪୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ଜଣେ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ମଧ୍ୟ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ୫ଶହ ତଳେ ରହିଛି । ଗତ ୨୪ ଘଣ୍ଟା …

Leave a Reply

Your email address will not be published.