କଟକ ସଦର ,୧୮/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଓଡିଶାକୁ ଛୁଇଁଲା କି କରୋନାର ନୂଆ ଭ୍ୟାରିୟାଣ୍ଟ ଓମିକ୍ରନ୍? କଟକରେ ଜଣେ ନାଇଜେରିଆ ଫେରନ୍ତା କୋଭିଡ ସଂକ୍ରମିତ ଵୋଲି ଚିହ୍ନଟ ହେଵା ନେଇ କଟକ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଜଣାପଡିଵା ପରେ ରାଜ୍ୟକୁ ଘାରିଛି ଓମିକ୍ରନର ଭୟ। ସୂଚନା ମୂତାଵକ ୪ ଦିନ ତଳେ ଜଣେ ସନ୍ଦିଗ୍ଧ ନାଇଜେରିଆରୁ ଜଗତସିଂହପୁରକୁ ଆସି ପରେ କଟକକୁ ଆସିଥିଲେ। ତାଙ୍କର ଲକ୍ଷଣ ଭଲ ଜଣା ନପଡିଵାରୁ ତାଙ୍କର ପରୀକ୍ଷା କରାଯାଇଥିଵା ଵେଳେ ସିଏ କୋଭିଡ ଆକ୍ରାନ୍ତ ବୋଲି ଜଣାପଡିଥିଲା। ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଥିଵା ଜଣାଯାଇଛି।ସେଥିରେ ସନ୍ଦିଗ୍ଧ ଜଣକ ଅନ୍ୟ ୮ ଜଣଙ୍କ ସାଙ୍ଗରେ ମିଳାମିଶା କରିଥିବାରୁ ସେମାନଙ୍କୁ ପରୀକ୍ଷା କରାଯିଵାରେ ସେମାନେ ମଧ୍ୟ ଆକ୍ରାନ୍ତ ଵୋଲି ଜଣାପଡିଛି। ଏହାକୁ ନେଇ ଲୋକେ ଏବେ ଭୟାତୁର ଅଵସ୍ଥାରେ ଅଛନ୍ତି। ତେଵେ ଏହି ଓମିକ୍ରନ ଅଧିକ କାୟା ବିସ୍ତାର କରିଵ ଵୋଲି ସ୍ୱ।ସ୍ଥ୍ୟ ବିଶେଷଜ୍ଞ ମାନେ କହୁଥିଵାରୁ ଲୋକେ ଅଧିକ ଆଶା ଓ ଆଶଙ୍କାରେ ରହିଛନ୍ତି। ତେଵେ କରୋନାର ପ୍ରଥମ ଓ ଦ୍ବିତୀୟ ଲହରକୁ ଯେପରି ଯୋଦ୍ଧା ଭାଵେ ସମସ୍ତେ ମିଳିମିଶି ମୂକାଵିଲା କରିଥିଲେ ସେହିପରି ସରକାରଙ୍କ ମାର୍ଗ ଦର୍ଶିକାକୁ ଅନୁପାଳନ କଲେ ଓମିକ୍ରନକୁ ଵି ଆମେ ପରାସ୍ତ କରିପାରିଵା ଵୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଓଡ଼ିଶା ସମାଚାର