Tuesday , August 9 2022
Breaking News
Home / ବିଶେଷ / ଆନ୍ତର୍ଜାତୀୟ ପେନସନ ଦିବସ ପାଳିତ

ଆନ୍ତର୍ଜାତୀୟ ପେନସନ ଦିବସ ପାଳିତ

କେନ୍ଦ୍ରାପଡ଼ା,୧୮/୧୨/୨୦୨୧(ଓଡ଼ିଶା ସମାଚାର)-ସ୍ଥାନୀୟ ମେଡିକାଲ ରୋଡସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ପେନସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ଆଲୋଚନା ଚକ୍ର ସଂଘର ଉପଦେଷ୍ଟା ପୀତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଡିସେମ୍ବରମାସ ୧୭ତାରିଖରେ ସରକାରୀ ସ୍ତରରେ ପେନସନ ଦିବସ ପାଳନ କରାଯିବା ସହ ପେନସନଭୋଗୀମାନଙ୍କୁ ଚିକିତ୍ସା ଭତା ପ୍ରଦାନ କରିବା, ପେନସନ ବାର୍ଷିକ ଇନକ୍ରିମେଂଟ ପ୍ରଦାନ କରିବା, ପ୍ରତ୍ୟେକ ପେନସନରଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ବରିଷ୍ଠ ନାଗରିକ ଭାବେ ପରିଚୟପତ୍ର ପ୍ରଦାନ କରାଯିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହାବ୍ୟତିତ ପେନସନଭୋଗୀମାନେ ସାଂସାରିକ ଜଞ୍ଜାଳରୁ ମୁକ୍ତ ରହି ନିଜକୁ ସମାଜସେବାରେ ନିୟୋଜିତ କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଆଲୋଚନା ଚକ୍ରରେ ସଂଘର ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, ପରିବେଶବିତ କାଶୀନାଥ ରାଉତରାୟ, ତ୍ରୈ÷ଲୋକ୍ୟ ଚରଣ ସ୍ୱାଇଁ, ରଙ୍ଗାଧର ସାହୁ, ଭ୍ରମର ରାଉତ, କ୍ଷୀରୋଦ ପ୍ରସାଦ ଦାସ, ମହମ୍ମଦ ଜାହିଦ, ରବିନ୍ଦ୍ର ନାଥ ରଥ, କେଶବ ଚରଣ ସେଠୀ, ପତିତପାବନ ଲେଙ୍କା, ଶିଶିର କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.