ସାଲେପୁର,୧୭/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା) -ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଦୁଖଣ୍ଡ ପଞ୍ଚାୟତ ରେ ବିଧାୟକ ପ୍ରଶାନ୍ତ କୁମାର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ସୁଦୁଖଣ୍ଡ ଗ୍ରାମ ପଞ୍ଚାୟତ ର ମିଶନଶକ୍ତି ବିଜୁ ମହିଳାକର୍ମୀ ମାନଙ୍କ ଦ୍ଵାରା ବି ଏସ କେ ୱାଇ ସଚେତନତା ଶିବିର ଅନୁଷ୍ଠିତ ହୋଇଛି ।ଏହି ଅବସର ରେ ଏକ ସଚେତନତା ପଦଯାତ୍ରା ଦୁର୍ଗାପୁର ଠାରୁ କୁଳସମିତଙ୍ଗା ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।ଏହି କାର୍ୟ୍ୟକ୍ରମ ରେ ମହିଳା କର୍ମୀ ମାନେ ପଦଯାତ୍ରା ମାଧ୍ୟମରେ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ । ଗୀତାଞ୍ଜଳି ରାଉତରାୟ, ଦମୟନ୍ତୀ ମହାରଣା, ପ୍ରଭାତ ନଳିନୀ ମହାପାତ୍ର ପ୍ରମୁଖଙ୍କ ତତ୍ୱାବଧାନ ରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଓଡିଶା ସମାଚାର
