Saturday , June 3 2023
Breaking News
Home / ବିଶେଷ / ନେମାଳ ରେ ଜେ ବି ଏମ୍ କମ୍ପ୍ୟୁଟର ଏଜୁକେସନର ବାର୍ଷିକ ଉତ୍ସବ

ନେମାଳ ରେ ଜେ ବି ଏମ୍ କମ୍ପ୍ୟୁଟର ଏଜୁକେସନର ବାର୍ଷିକ ଉତ୍ସବ

ନିଶ୍ଚିନ୍ତକୋଇଲି, ୧୭/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା) -ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ମହାପୁରୁଷ ଅଚୁତ୍ୟନନ୍ଦ ପୀଠ ପାର୍ଶ୍ଵରେ ଥିବା ଜେ ବି ଏ ମ୍ କମ୍ପୁଟର ଏଜୁକେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଏହି ଅବସରରେ ସଂସ୍ଥା ର ଅଧ୍ୟକ୍ଷ ଜାନକୀ ବଲ୍ଲଭ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭା ରେ ଉତ୍କଳ ବିକାଶ ପରିଷଦ ସଭାପତି ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି, ଡ଼.ଦିଲ୍ଲୀପ ଦେ ମୁଖ୍ୟ ବକ୍ତା,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ମହାନ୍ତି ଓ ସାମ୍ବାଦିକ ମନୋଜ ଆଚାର୍ୟ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଏସ ଟି ଭି ଅଧ୍ୟକ୍ଷ ଅମିତାଭ ମହାପାତ୍ର ସ୍ୱାଗତ ସୂଚନା ପ୍ରଦାନ କରିଥିଲେ । ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ଆଦି ସାଂସ୍କୃତିକ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଜେ ବି ଏ ମ୍ ଲାଇଭ ନାମକ ଏକ ୟୁଟ୍ୟୁବ୍ ଚେନେଲ୍ ଓ ପଦ୍ମବନ ଏକ୍ସପ୍ରେସ ନାମକ ଏକ ସାପ୍ତାହିକ ଖବର କାଗଜର ଲୋଗୋ ଉନ୍ନଚନ ହୋଇଥିଲା । ଶେଷରେ ଜେ ବି ଏ ମ୍ ଏଜୁକେସନର ଅଧ୍ୟକ୍ଷ ଜାନକୀ ବଲ୍ଲଭ ମହାନ୍ତି ଉପସ୍ଥିତ ବରେଣ୍ୟ ଅତିଥି ବୃନ୍ଦ, ସାମ୍ବାଦିକ ଓ ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.