Friday , September 29 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଆଇ.ସି.ଡି.ଏସ.ର କିରାଣୀ ଡେପୁଟେସନରେ ମାର୍ଶାଘାଇ ଆଇ.ସି.ଡି.ଏସ.ରେ

କେନ୍ଦ୍ରାପଡା ଆଇ.ସି.ଡି.ଏସ.ର କିରାଣୀ ଡେପୁଟେସନରେ ମାର୍ଶାଘାଇ ଆଇ.ସି.ଡି.ଏସ.ରେ

କେନ୍ଦ୍ରାପଡ଼ା, ୧୭/୧୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଶାନ୍ତ ସେଠୀ ଗତ ୨୦୨୦ମସିହା ଡିସେମ୍ବରମାସରୁ ମାର୍ଶାଘାଇ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟକୁ ଡେପୁଟେସନରେ ଯାଇଛନ୍ତି । କେନ୍ଦ୍ରାପଡା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର କର୍ମଚାରୀଙ୍କ ସେବା ପୁସ୍ତିକା ଅପଡେଟ ହୋଇପାରୁନଥିବା ବେଳେ ଇ-ସର୍ଭିସ ବୁକ କରାଯିବା, ବିଲ ପ୍ରସ୍ତୁତ କରାଯିବା, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକ ବାବଦ ବିଲ ପ୍ରସ୍ତୁତ ହେବାରେ ଗୁରୁର ସମସ୍ୟା ସୃଷ୍ଟି ହୋଇଛି । ଗତ ସେପ୍ଟେମ୍ବରମାସରୁ ମାର୍ଶାଘାଇ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ନୂତନ କନିଷ୍ଠ କିରାଣୀ ଜଣେ ଯୋଗଦେବା ପରେବି କେନ୍ଦ୍ରାପଡା ଆଇ.ସି.ଡି.ଏସ. ରୁ ଡେପୁଟେସନରେ ମାର୍ଶାଘାଇ ଯାଇଥିବା କନିଷ୍ଠ କିରାଣୀ ଶ୍ରୀ ସେଠୀଙ୍କୁ କେନ୍ଦ୍ରାପଡାକୁ ଫେରାଇ ଅଣାଯାଉନାହିଁ । ଫଳରେ କେନ୍ଦ୍ରାପଡା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ବିଭିନ୍ନ ଅଫିସ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡିଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *