Wednesday , October 4 2023
Breaking News
Home / ବିଶେଷ / କିଶନନଗର ମାଟିର ବରପୁତ୍ର ସ୍ୱ।ଧିନତା ସଂଗ୍ରାମୀ ତଥା ରାଜ୍ୟର ପ୍ରଥମ ରାଜଵନ୍ଦୀ ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ଜୟନ୍ତୀ ଉତ୍ସବ

କିଶନନଗର ମାଟିର ବରପୁତ୍ର ସ୍ୱ।ଧିନତା ସଂଗ୍ରାମୀ ତଥା ରାଜ୍ୟର ପ୍ରଥମ ରାଜଵନ୍ଦୀ ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ଜୟନ୍ତୀ ଉତ୍ସବ

କଟକ ସଦର, ୧୭/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କିଶନନଗର ମାଟିର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟର ପ୍ରଥମ ରାଜଵନ୍ଦୀ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜକୃଷ୍ଣ ବୋଷ ଙ୍କ ୧୨୦ ତମ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମ ମାଟି କିଶନନଗର ଠାରେ ଆଜି ଶୁକ୍ରବାର ସଂଧ୍ୟାରେ ଉତ୍କଳ ଵିକାଶ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ରାଜକୃଷ୍ଣ ସ୍ମୃତି ସଂସଦ ସଂପାଦକ ଅଧ୍ୟାପକ ଡଃ କିଶୋର ଦାଶଙ୍କ ପୈ।ରୋହିତ୍ୟ ଓ ଅଧ୍ୟାପକ ଧରଣୀଧର ଜେନାଙ୍କ ସଂଯୋଜନାରେ ସଂଧ୍ୟାରେ ଆୟୋଜିତ ସ୍ମୃତିଚାରଣ ସଭାରେ ହିନ୍ଦୁ ଜାଗରଣ ମଞ୍ଚର ରାଜ୍ୟ ସଂଗଠନ ସଂପାଦକ ତନ୍ମୟ ଦାଶ, ଉତ୍କଳ ଵିକାଶ ପରିଷଦର ସଭାପତି ଇଂ ପ୍ରକାଶ ସେଠୀ,ଯୁଵ ସମାଜସେବୀ ଦିଲ୍ଲିପ ମହାନ୍ତି, ସମାଜସେବୀକା ସୁଜାତା ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଵୋଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର କିଶନନଗରକୁ ଦାନ ଓ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ ଯେ ସ୍ୱର୍ଗତ ଵୋଷ ସ୍ୱାଧୀନତା ପୂର୍ବରୁ ୧୯୩୬ ରେ ଵାଙ୍କି ନିର୍ବାଚନ ମଣ୍ଡଳୀରୁ ଵିଧାୟକ ଭାଵେ ନିର୍ବାଚିତ ହୋଇ ବିଶ୍ୱନାଥ ଦାସଙ୍କ ମନ୍ତ୍ରୀ ମଣ୍ଡଳରେ ପାର୍ଲିଆମେଣ୍ଟ ସେକ୍ରେଟାରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।ଏହାପରେ ୧୯୪୬ ରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ଵିଧାୟକ ଭାବେ ନିର୍ବାଚିତ ହୋଇ ଡଃ ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ସ୍ୱାଧୀନତା ପରେ ୧୯୫୨ ରେ ପ୍ରଥମ କିଶୋରନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୬୧ରୁ ୬୫ ପର୍ଯ୍ୟନ୍ତ ରାଜ୍ୟ ଖଦି ଵୋର୍ଡର ଅଧ୍ୟକ୍ଷ ରହିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଅଭିମନ୍ୟୁ ସାହୁ,ଵିମଳ ପଣ୍ଡା,ଜାମିନୀ ମୋହନ ସାହୁ,ଅଶୋକ ସାମଲ, ଚକ୍ରବର୍ତ୍ତୀ ଓତା,ସଂଜୟ ସାହୁ ପ୍ରମୁଖ ସହାୟତା କରିଥିଲେ। ତତ୍କାଳୀନ ବିଧାୟକ ବର୍ତ୍ତମାନର ମନ୍ତ୍ରୀ ପ୍ରତାପ ଜେନା ଙ୍କ ପରେ ଦୀର୍ଘ ୧୦ ଵର୍ଷ ହେଲା ଏହି ଜୟନ୍ତୀ ଉତ୍ସବ ଏକପ୍ରକାର ବନ୍ଦ ହୋଇଯାଇଥିବା ବେଳେ ଉତ୍କଳ ଵିକାଶ ପରିଷଦର ସଭାପତି ଇଂ ସେଠୀଙ୍କ ପୂଜ୍ୟପୂଜା କୁ ସମ୍ମାନ ଦେଵା ଉଦ୍ୟମ ଓ ଆଜିର କାର୍ଯ୍ୟକ୍ରମ କୁ ନେଇ ସଵୁ ମହଲରେ ପ୍ରଶଂସା କରାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *