କଟକ ସଦର, ୧୬/୧୨/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା):କଟକ ସଦର ଵ୍ଲକ ଅନ୍ତର୍ଗତ ୨୩ ଗୋଟି ପଞ୍ଚାୟତର ୩୦ ହଜାର ୯ ଶହ ୮୫ ଜଣ ରେସନ କାର୍ଡ ହିତାଧିକାରୀଙ୍କୁ ଵିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଆଜି ଗୁରୁବାର ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ୧୩ ଗୋଟି ପଞ୍ଚାୟତ କୁ ଯାଇଁ ଏହାର ଶୁଭାରମ୍ଭ କରିଛନ୍ତି।ତାଙ୍କ ସହିତ ସଦର ବ୍ଲକ୍ ଅତିରିକ୍ତ ଵିଡିଓ ଗିରିଜାଶଙ୍କର ଵାରିକ, ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ୟ୍ୟକାରୀ ସଭାପତି ସମର ଵେହେରା, ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା ପ୍ରମୁଖ ସାମିଲ ହୋଇଥିଲେ । ଏହି କାର୍ୟ୍ୟକ୍ରମରେ ୭ନମ୍ଵର ଜିଲ୍ଲା ପରିଷଦ ଯୋନର ଵୋଧପୁର, ଅରିଲୋ ପ୍ରହରାଜପୁର, କିଶନନଗର, ଵାରଦା, ଯଶପଡା, ଧରିଣା ପଞ୍ଚାୟତ ସହିତ ୫ ନମ୍ଵର ଜିଲ୍ଲା ପରିଷଦ ଯୋନର କନ୍ଦରପୁର, ଆୟତପୁର, ନିମେଇଶାପୁର, ଫକିରପଡା, ଗତିରାଉତପାଟଣା, ପରମହଂସ ପଞ୍ଚାୟତ ସଵୁ ସାମିଲ ହୋଇଥିଲେ। ଅରିଲୋରେ ସରପଞ୍ଚ ଅକ୍ଷୟ ସାହୁ, ସମିତି ସଭ୍ୟ ରୂପକ କୁମାର ସ୍ୱାଇଁ,କିଶନନଗରରେ ସରପଞ୍ଚ ରଂଜିତା ମହାନ୍ତି,ସମିତିସଭ୍ୟା ଇଲାଵତୀ ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ ଵିଳାସ ମଲ ମଲ୍ଲିକ,ଵାରଦାରେ ସରପଞ୍ଚ ରମେଶଚନ୍ଦ୍ର ସାହୁ,ଯଶପଡାରେ ସରପଞ୍ଚ ସୁବାସ ଚନ୍ଦ୍ର ମହାନ୍ତି, ସମିତି ସଭ୍ୟ ଚିତ୍ତରଂଜନ ବେହେରା,ଧରିଣାରେ ପୂର୍ଵତନ ସରପଞ୍ଚ ରତ୍ନାକର ରାଉତ ପ୍ରମୁଖ ସହାୟତା କରିଥିଲେ । ଓଡ଼ିଶା ସମାଚାର
Home / ସ୍ୱାସ୍ଥ୍ୟ / ୩୦ ହଜାର ୯ ଶହ ୮୫ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଵଣ୍ଟନର ଶୁଭାରମ୍ଭ କଲେ କଟକ ସଦର ଵିଧାୟକ