Tuesday , October 3 2023
Breaking News
Home / ବିଶେଷ / ମହାନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତ ଦେହ

ମହାନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତ ଦେହ

ରଘୁନାଥପୁର, ୧୬/୧୨/୨୦୨୧(ଓଡ଼ିଶା ସମାଚାର)- ମହାନଦୀର ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ହରିଶପୁର ଖଣ୍ଡତରି ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ କଳା ଜିନ୍ସ ପ୍ୟାଣ୍ଟ ଓ ଚେକ୍ ସାର୍ଟ ପିନ୍ଧିଥିବା ବେଳେ ତାଙ୍କର ଗୋଡ ଓ ଦେହରେ କ୍ଷତ ଚିହ୍ନ ରହିଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଛି ନା ନଦୀରେ ଭାସି ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ ।ତେବେ ଖବର ପାଇ ରଘୁନାଥପୁର ଥାନା ପୋଲିସ ସେଠାରେ ପହଂଚିଥିଲେ କିନ୍ତୁ ନଦୀରେ ପାଣି ଖସିଯାଇଥିବାରୁ ଭାସୁଥିବା ଶବ ଟି ତଳକୁ ଖସିଯାଇଥିବା ଜାଣି ଫେରିଯାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *