Wednesday , January 19 2022
Breaking News
Home / ବିଶେଷ / ବାଉଁଶ ପୋଲ ଭାଙ୍ଗିଯିବାରୁ ୩୦ ପରିବାର ଯାତାୟତରେ ହିନସ୍ତା 

ବାଉଁଶ ପୋଲ ଭାଙ୍ଗିଯିବାରୁ ୩୦ ପରିବାର ଯାତାୟତରେ ହିନସ୍ତା 

ତାରପୁର, ୧୬/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ୧୪ ନମ୍ବର ୱାର୍ଡ଼ କପାଳେଶ୍ୱର ରାଜସ୍ୱ ଗ୍ରାମର ବରଡ଼ା ଗେଂଜ ଠାରେ ହଂସୁଆ ନଦୀ ଉପରେ ଥିବାେ ବାଉଁଶ ପୋଲ ଟି ଭାଙ୍ଗିଯିବାରୁ ଏହା ଉପରେ ନିର୍ଭର କରୁଥିବା ୩୦ ଗୋଟି ପରିବାର ନିଜର ଦୈନନ୍ଦିନ ଯାତାୟତରେ ନାହିଁ ନଥିବା ହିନସ୍ତା ଭୋଗ କରୁଛନ୍ତି । ସୂଚନା ଯୋଗ୍ୟ କି ଏଠାରେ ହଂସୁଆ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ୨୦୦୯ ଫେବୃଆରୀ ୨୪  ତାରିଖରେ ସେତେବେଳ ର ବିଧାୟକ ପ୍ରତାପ ଚନ୍ଦ୍ର ଜେନା ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ୪ ଜଣ ବିଧାୟକଙ୍କକାର୍ଯ୍ୟକାଳ ସରିଥିଲେ ବି ଏଠାରେ ଏକ ଢ଼ଳେଇ ପୋଲ ନିର୍ମାଣ କରାଯାଇ ପାରିନାହିଁ । ଗତ ଅକ୍ଟୋବର ମାସରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଜେନା ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଙ୍କୁ ଏଠାରେ ଢ଼ଳେଇ ପୋଲ ନିର୍ମାଣ ନିମନ୍ତେ ଚିଠି ଲେଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ । ଏହି ଗ୍ରାମର ଲୋକମାନେ ନିଜ ଉଦ୍ୟମରେ ଏଠାରେ ଏକ ବାଉଁଶ ପୋଲ ତିଆରି କରିଥିଲେ । ପୋଲଟି ଏବେ ଭାଙ୍ଗି ପଡ଼ିଛି । ଏଠାରେ ଏକ ଢ଼ଳେଇ ପୋଲ ନିର୍ମାଣ ନିମନ୍ତେ ଗୁଆଳିପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ଅଭୟ କୁମାର ସାମନ୍ତରାୟ ଦୀର୍ଘ ଦିନ ଧରି ଦାବି କରୁଥିଲେ ବି ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ହଂସୁଆ ନଦୀର ବରଡ଼ା ଗେଂଜ ଠାରେ ତୁରନ୍ତ ଏକ ପୋଲ ନିର୍ମାଣ କରାନଗଲେ ଆଗାମୀ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଏହି ଗ୍ରାମର ଶଙ୍କର ଭୋଇ, ବଳରାମ ରଥ, ରାମଚନ୍ଦ୍ର ବେହେରା, କମା ଭୋଇ, ସୁଶାନ୍ତ ଭୋଇ,ଚନ୍ଦ୍ରମଣି ଭୋଇ, ରମାକାନ୍ତ ବେହେରା ପ୍ରମୁଖ  ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *