ବାଲିଗୁଡା,୧୬/୧୨/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା ଜଜ ବିଚାରପତି ଦିଲ୍ଲିପ କୁମାର ବିଶ୍ୱାଳ ଏକ ଦୁଷ୍କର୍ମ ମାମଲାରେ ଜଣଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ସୂଚନାରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ଗଡଗାବାଲି ଗ୍ରାମର ଅଭିଯୁକ୍ତ ସୁଜିତ କୁମାର ନାୟକ ତାଙ୍କ ଗ୍ରାମର ଜଣଙ୍କୁ ଦୁଷ୍କର୍ମ କରିଥିଲା । ଏନେଇ ବାଲିଗୁଡା ଥାନା କେଶ ନଂ. ତା ୫/୧୨/୧୫ରେ ଏକ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ବାଲିଗୁଡା କୋର୍ଟରେ ୧୧୯/୧୫ରେ କେଶ ରୁଜୁହୋଇ ହୋଇ ବିଚାରଣ ଚାଲିଥିଲା । ବିଚାରପତି ସମସ୍ତ ସାକ୍ଷ ପ୍ରମାଣକୁ ଭିତି କରି ଅଭିଯୁକ୍ତ ସୁଜିତ କୁମାର ନାୟକ ଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି । ଏନେଇ ସରକାରୀ ଓକିଲ ସୁଧାଂଶୁ ମୋହନ ପତି ସୁଚନା ପ୍ରଦାନ କରିଛନ୍ତି।ଓଡ଼ିଶା ସମାଚାର