Saturday , November 26 2022
Breaking News
Home / ବିଶେଷ / ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରଙ୍କୁ ଜେରା କରୁଛି ୨ ଜଣିଆ ଏନ୍ଆଇଏ ଟିମ୍

ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରଙ୍କୁ ଜେରା କରୁଛି ୨ ଜଣିଆ ଏନ୍ଆଇଏ ଟିମ୍

ଭୁବନେଶ୍ୱର ୧୬/୧୨/୨୦୨୧ (ଓଡ଼ିଶା ସମାଚାର)- ଝାରପଡ଼ା ଜେଲ୍ ରେ  ୨ ଜଣିଆ ଏନ୍ଆଇଏ ଟିମ୍ ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରଙ୍କୁ ଜେରା କରିବାକୁ ଆସିଛି । ମାଓନେତା ଦୁବାସିଙ୍କୁ ଏନ୍ଆଇଏର ୨ ଜଣିଆ ଟିମ୍ ଜେରା କରୁଛି ।ଖବର ଅନୁଯାୟୀ, ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସ୍ଏଫ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଦୁବାସିକୁ ଜେରା କରିବାକୁ ଏନ୍ଆଇଏ୍ ସ୍ୱତନ୍ତ୍ର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏକାଧିକ ହିଂସାକାଣ୍ଡରେ ଦୁବାସି ସଂପୃକ୍ତ ଥିଲେ । ତାଙ୍କ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଶେଷରେ ସେପ୍ଟେମ୍ବର ୯ତାରିଖରେ କୋରାପୁଟ ବୈପାରୀଗୁଡା ପୋଲିସ ହାତରେ ସେ ଧରାପଡିଥିଲା । ତାପର ଠାରୁ ଦୁବାସି ଝାରପଡ଼ା ଜେଲ୍ ରେ ରହିଛି । ଏନ୍ଆଇଏ ଟିମ୍ ଏବେ ତାଠାରୁ ୨୦୧୨ ବିସ୍ଫୋରଣ ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଜେରା କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.