Wednesday , May 31 2023
Home / ବିଶେଷ / ଦରିଦ୍ର୍ୟ ନାରାୟଣଙ୍କ ସେବାରେ ଶ୍ରୀବଳଦେବଜୀଉ ସେବାଘର

ଦରିଦ୍ର୍ୟ ନାରାୟଣଙ୍କ ସେବାରେ ଶ୍ରୀବଳଦେବଜୀଉ ସେବାଘର

କେନ୍ଦ୍ରାପଡ଼ା, ୧୬/୧୨/୨୦୨୧(ଓଡ଼ିଶା ସମାଚାର)-ପବିତ୍ର ଧନୁ ସଙ୍କା୍ରନ୍ତି, ଗୀତା ଜୟନ୍ତୀ ଓ ମାଣବଷା ଗୁରୁବାର ଓଷା ପାଳନ ଅବସରରେ ଶ୍ରୀବଳଦେବଜୀଉ ସେବାଘରର ପ୍ରଥମ ବୈଠକ ଇଛାପୁରସ୍ଥିତ ପାୟଲ ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡଃ. ବଳରାମ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମେଜର ଭରତ ଚନ୍ଦ୍ର ଜେନା ଯୋଗଦେଇ ପିତାମାତା, ଗୁରୁଜନ ଓ ଅତିଥି ସେବା ଉପରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ ହୃଷିକେଶ ରଥ ଯୋଗଦେଇ ସେବା କରିବାର ବିଭିନ୍ନ ଉଦାହରଣ ସହ ଉପଦେଶ ପ୍ରଦାନ କରିଥିଲେ । ପୃଥୀରାଜ ସ୍ୱାଇଁ ଯୋଗଦେଇ ଶିବଜ୍ଞାନରେ ଜୀବସେବା କରିବା ପାଇଁ ମତବ୍ୟକ୍ତ କରିଥିଲେ । ଆଶୁକବି ସିଦ୍ଧାର୍ଥ ଶଙ୍କର ରାୟ ସେବା ପାଇଁ ମନୋବୃିର ଆବଶ୍ୟକ ବୋଲି କହିବା ସହ ଅସହାୟ ଏବଂ ନିଃସହାୟ ଲୋକଙ୍କ ସେବା କରିବା ଏହି ଅନୁଷ୍ଠାନର ଉଦେଶ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିରଞ୍ଜନ ରାଉତ, ଅମ୍ବରିଶ ପରିଡା, ପ୍ରତାପ ପରିଡା, ରତ୍ନାକର ସୁନ୍ଦରରାୟ, ମହେଶ୍ୱର ମହାପାତ୍ର, କାହ୍ନୁ ଚରଣ ଦାସ, ବାସୁଦେବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡଃ. ବଳରାମ ଲେଙ୍କାଙ୍କୁ ସଭାପତି, ସମ୍ପାଦକ ଭାବେ ସିଦ୍ଧାର୍ଥ ଶଙ୍କର ରାୟ ଓ କୋଷାଧ୍ୟକ୍ଷ ଭାବେ ରବିରଞ୍ଜନ ରାଉତଙ୍କୁ ଚୟନ କରାଯାଇଥିଲା । ଶେଷରେ ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.