Sunday , October 1 2023
Home / ବିଶେଷ / ଗୋବରୀ ନଦୀରେ ବୁଡି ଯୁବକର ମୃତ୍ୟୁ

ଗୋବରୀ ନଦୀରେ ବୁଡି ଯୁବକର ମୃତ୍ୟୁ

ମାହାଙ୍ଗା,୧୬/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) -ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଅଡମ ମହେଶପୁର ଗ୍ରାମର ବଂଶୀଧର ମଲ୍ଲିକଙ୍କ ପୁଅ ଶରତ ମଲ୍ଲିକ (୪୮)ଙ୍କର ଆଜି ନିକଟସ୍ଥ ଗୋବରୀ ନଦୀରେ ବୁଡ଼ି ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଶରତ ନିକଟସ୍ଥ ଗୋବରୀ ନଦୀରେ ଗାଧୋଇବା ବେଳେ ଅସାବଧାନତା ବସତ ପାଣିରେ ଗୋଡ ଖସି ଯାଇଥିଲା । ଗ୍ରାମବାସୀ ମାନେ ଶରତକୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶରତଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣା ପଡିଛି । ଏହି ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ କଟକ ପଠାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *