Tuesday , August 16 2022
Breaking News
Home / ତାଜା ଖବର / କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣା ଗ୍ରସ୍ତ

କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣା ଗ୍ରସ୍ତ

କନ୍ଧମାଳ ୧୬/୧୨/୨୦୨୧ (ଓଡ଼ିଶା ସମାଚାର)- କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସ୍ଥିତ କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଭାରସାମ୍ୟ ହରାଇ ବସ୍ ଟି ଓଲଟିପଡିଥିବା ବେଳେ ଭିତରେ ଥିବା ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଜି. ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ର ଏକ ପର୍ୟ୍ୟଟକ ବସ୍ ପ୍ରାୟ ୫୦ / ୬୦ ଜଣ ପର୍ୟ୍ୟଟକଙ୍କୁ ନେଇ କନ୍ଧମାଳ ଦାରିଙ୍ଗବାଡିରୁ ଫେରୁଥିବା ବେଳ ସନ୍ଧ୍ୟା ସମୟରେ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ କଳିଙ୍ଗା ଘାଟି ସ୍ଥିତ ଅନ୍ଧାରକୋଟ ପୂର୍ବ ବୁଲାଣୀ ନିକଟରେ ବ୍ରେକ ଫେଲ ହୋଇଯିବାରୁ ନିକଟରେ ଥିବା ଡିଭାଇଡରରେ ପିଟିହୋଇ ବସ୍ଟି ଓଲଟିପଡିଥିଲା । ବସରେ ଥିବା ଯାତ୍ରୀ ଭିତରେ ରହିଯାଇଥିଲେ। ଟିକାବାଲିରୁ ଭଞ୍ଜନଗର ଯାଉଥିବା ଏକ କାରର ଯାତ୍ରୀମାନେ  ବସ୍ର କାଚ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସହ ଆମ୍ବୁଲାନ୍ସ ଓ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଦୁଇଟି ୧୦୮ ଆମ୍ବୁଲାନ୍ସ ଓ ସ୍ଥାନୀୟ ଦମକଳ ଗାଡି ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଦୁର୍ଘଟଣା ସ୍ଥଳରେ ପ୍ରାୟ ଦୁଇରୁ ତିନି ଜଣ ଯାତ୍ରୀ ବସ ଭିତରେ ଚାପି ରହିଥିବା ସନ୍ଦେହ କରାଯାଉଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରୀ ରହିଛି।  ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.