Tuesday , December 6 2022
Home / ବିଶେଷ / ଓଡ଼ିଶା ଡ଼୍ରାଇଭର ମହାସଂଘ ବୈଠକ 

ଓଡ଼ିଶା ଡ଼୍ରାଇଭର ମହାସଂଘ ବୈଠକ 

ପାଟକୁରା, ୧୬/୧୨/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ଡ଼୍ରାଇଭର ମହାସଂଘ ର ପାଟକୁରା ପଂଚାୟତ ଶାଖା ବୈଠକ ପାଟକୁରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର କର୍ମକର୍ତାମାନେ ଯୋଗଦେଇ ଡ଼୍ରାଇଭରମାନେ ନିଶା ଓ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବା, ଯାତ୍ରୀ ମାନଙ୍କ ପ୍ରତି ସହୃଦୟତା ରଖିବା ସହିତ ସହଯୋଗ ରଖିବା ଓ କରୋନା ରୁ ନିଜକୁ ଦୂରେଇ ରଖିବା ପାଇଁ ଆତ୍ମସଚେତନତା ଉପରେ ଆଲୋଚନା କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ଦାସ , ଗରଦପୁର ବ୍ଲକ୍ ଆଡ଼ମିନ୍ ଦେବେନ୍ଦ୍ର କାପ , କେନ୍ଦ୍ରାପଡ଼ା ଜିଲା ଉପସଭାପତି ହେମନ୍ତ କୁମାର ମଲିକ , ଜିଲା ସଂଗଠନ ପରିଚାଳକ ରଂଜନ କୁମାର ଦାସ, ସହ ସମ୍ପାଦକ ଚୈତନ୍ୟ ଆଚାର୍ଯ୍ୟ ଯୋଗଦେଇ ଡ଼୍ରାଇଭର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଦିଲିପ ସ୍ୱାଇଁ,ଅଶ୍ୱିନୀ କୁମାର ସାହୁ, ପ୍ରସନ୍ନ କୁମାର ଗିରିଙ୍କ ସମେତ ପାଟକୁରା ପଂଚାୟତର ରାଜ କିଶୋର ସାହୁ,ଦୀପକ ରାଉତ,ସଂଜୟ ବାରିକ, ମଂଟୁ ଖୁଂଟିଆ, ଟିଟନ ନାୟକ, ପ୍ରଦୀପ ବାରିକ, ଭାଗିରଥି ପାତ୍ର, ସମର ମଲିକ,କୃଷ୍ଣ ଚୌଧୁରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.