Monday , September 25 2023
Breaking News
Home / କୃଷି / ଉତରକୂଳ ପଂଚାୟତରେ ବ୍ୟାପକ ଧାନ ଫସଲ ନଷ୍ଟ , କ୍ଷତି ପୂରଣ ଦାବି

ଉତରକୂଳ ପଂଚାୟତରେ ବ୍ୟାପକ ଧାନ ଫସଲ ନଷ୍ଟ , କ୍ଷତି ପୂରଣ ଦାବି

ତାରପୁର,୧୬/୧୨/୨୦୨୧(ଓଡ଼ିଶା ସମାଚାର)-ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରଙ୍କ ତରଫରୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।  ସୂଚନାଯୋଗ୍ୟ କି ନିଶ୍ଚିନ୍ତକୋଇଲି କୃଷି ବିଭାଗ ଅଧିନରେ ଥିବା ଏହି ପଂଚାୟତରେ ଗତ ସେପ୍ଟେମ୍ବର ମାସ ଲଗାଣ ବର୍ଷାରେ ଧାନ ତଳି ନଷ୍ଟ ହୋଇଥିଲେ ବି ଚାଷୀମାନଙ୍କୁ କୌଣସି କ୍ଷତି ପୁରଣ ମିଳିନଥିବାବେଳେ ଗତ ଜୱାଦ ବାତ୍ୟା ଜନିତ ଲଗାଣ ବର୍ଷାରେ ଏହି ପଂଚାୟତର ଉତରକୂଳ, ପିଁପୁର, ତଇଲୋ,  ବିରିବନ୍ଧ, ମୁଗୁରିଆ, ମେହେନ୍ଦିପୁର, ଚମ୍ପା ଆଦି ଗ୍ରାମର ପାଚିଲା ଅମଳକ୍ଷମ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏପରିକି ବାତ୍ୟାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଚାଷ ଜମିରୁ ଜଳ ନିଷ୍କାସିତ ହୋଇନଥିବାରୁ ଧାନ ଓ ନଡ଼ା ସମ୍ପୂର୍ଣ୍ଣ ପଚି ନଷ୍ଟ ହୋଇ ଗଲାଣି । ଏପରିସ୍ଥଳେ ଋଣ କରି ଚାଷ କରିଥିବା ଚାଷୀ ଅମଳକ୍ଷମ ଫସଲ ହରାଇ ମୁଣ୍ଡରେ ହାତ ଦେଇ ବସିଛି । ବର୍ଷକର ଆହାର ବି ପାଇବା କଷ୍ଟକର ହୋଇ ପଡ଼ିଛି । ଅନୁରୂପ ଭାବେ ଏହି ବ୍ଲକ୍ ର ବାବୁଜଙ୍ଗ, ମଣିଜଙ୍ଗ ଓ ମହମ୍ମଦପୁର ପଂଚାୟତରେ ମଧ୍ୟ ସମଦଶା ଦେଖିବାକୁ ମିଳିଛି । ଏପରିସ୍ଥଳେ କୃଷି ବିଭାଗର କୌଣସି କର୍ମଚାରୀ ଆସି ଚାଷୀ ମାନଙ୍କର କେତେ କ୍ଷତି ହୋଇଛି, ତାହା ଆକଳନ କରିନଥିବାରୁ ସାଧାରଣରେ ଅସନ୍ତାଷ ଦେଖା ଦେଇଛି । ଏହାର ଗୁରୁତ୍ୱକୁ ଉପଲବ୍ଧôକରି ଏହି ୪ ଗୋଟି ପଂଚାୟତର ଚାଷୀମାନଙ୍କୁ ତୁରନ୍ତ ସେମାନଙ୍କର କ୍ଷତି ପୂରଣ ଯୋଗାଇ ଦେବାକୁ ଅଂଚଳ ବାସୀଙ୍କ ପକ୍ଷରୁ ନିଶ୍ଚିନ୍ତକୋଇଲି କୃଷି ବିଭାଗ  ଓ କଟକ ଜିଲାପାଳଙ୍କ ନିକଟରେ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *