ଭୁବନେଶ୍ୱର , ୧୬/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜଧାନୀରେ ଧିରେ ଧିରେ କାୟା ବିସ୍ତାର କରୁଛି କରୋନା । ଇସ୍ପାତ ଓ ଖଣି ବିଭାଗର ୧୫ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେଥିପାଇଁ ୪୮ ଘଣ୍ଟା ପାଇଁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ବନ୍ଦ ରହିବ । ବିଭାଗ ସମ୍ପୂର୍ଣ୍ଣ ବିଶୋଧନ ପାଇଁ ଆଜି ଓ ଆସନ୍ତାକାଲି ପାଇଁ ବିଭାଗ ବନ୍ଦ ରଖାଯାଉଛି । ଆସନ୍ତା ୧୮ ତାରିଖରେ ପୂର୍ବ ଭଳି ଅଫିସ୍ କାର୍ୟ୍ୟକ୍ଷମ ହେବ । କର୍ମଚାରୀ ଘରେ ରହି କାମ କରିବେ । ୧୮ ଜଣ କର୍ମଚାରୀ ଜରୁରୀ କାର୍ୟ୍ୟ ସମ୍ପାଦନ କରିବେ । ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏହି ନିଷ୍ପତ୍ତି ହୋଇଛି । ଓଡ଼ିଶା ସମାଚାର