କଟକ ସଦର, ୧୫/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଵିଜେପି ରାଜ୍ୟ କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଆଜି ବୁଧବାର ଦିନ କଟକ ବିଜୁପଟ୍ଟନାୟକ ଛକ ସ୍ଥିତ ଶାରଳା ଭଵନ ଠାରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ତଥା ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ,କୃଷକ ମୋର୍ଚ୍ଚା ଓଡ଼ିଶା ପ୍ରଭାରୀ ତଥା ରାଷ୍ଟ୍ରୀୟ ସଂପାଦକ ପିଙ୍କି ଶିଵରାଜ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଷ୍ଟ୍ରୀୟ ସଂପାଦକ ଵିଜୟ ଖଲକୋ,ଦୀଲୀପ ସ୍ୱ।ଇଂ,କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମଣ ଵାଗ,ରଞ୍ଜନ ପଟେଲ,କଟକ ନଗର ଜିଲା ଵିଜେପି ସଭାପତି ଲଲାଟେନ୍ଦୁ ଵଡୁ ପ୍ରମୁଖ ଯୋଗଦେଇ ଓଡ଼ିଶା ସରକାରଙ୍କ ଚାଷୀ ମାରଣ ନିତିର ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଚାଷୀ ହିତକର ବିଭିନ୍ନ ଯୋଜନା ଘରେ ଘରେ ପହଞ୍ଚାଇବାକୁ ଉପସ୍ଥିତ ନେତୃମଣ୍ଡଳୀ ଙ୍କୁ ପରାମର୍ଶ ଦେଇଥିଲେ।ଏଥିରେ ଯତୀନ ମହାନ୍ତି,ଠାକୁର ରଣଜିତ୍ ଦାସ, କୃଷ୍ଣ ଚନ୍ଦ୍ର ଜଗଦେଵ, ମହେଶ୍ୱର ସାହୁ,ଦିଲ୍ଲିପ ମଲ୍ଲିକ,ରାମ ପାତ୍ର,ରଂଜନ ମଙ୍ଗରାଜ, ଦୂର୍ଯେ୍ୟାଧନ ସାହୁ,ଅଜୟ ସ୍ୱ।ଇଂ, ବିଶ୍ୱଜିତ୍ ସ୍ୱ।ଇଂ,ନୟନ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସମାଚାର
