କେନ୍ଦ୍ରାପଡ଼ା, ୧୫/୧୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ସେକ ଅନୱାରଙ୍କ ପତ୍ନୀ ଜାହାର ବିବି ବୋନ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କର ବି(+) ରକ୍ତର ଜରୁରୀ ଆବଶ୍ୟକତା ପଡିବାରେ ରକ୍ତଭଣ୍ଡାରରେ ସେହି ଗ୍ରୁପର ରକ୍ତ ନଥିଲା । ଏସମ୍ପର୍କରେ ଖବର ପାଇ ବିଜୁ ଜନତା ଦଳର ଯୁବନେତା ସେକ ସବିର ହୋସେନଙ୍କ ସଂଯୋଜନାରେ କେନ୍ଦ୍ରାପଡା ସହର ଅନ୍ତର୍ଗତ ବଡହାଟ ଏମାମବାଡାର ସେକ ଜାବୀର ସ୍ୱେଛାକୃତ ରକ୍ତଦାନ କରିଥିଲେ । ଫଳରେ ବୋନ କର୍କଟ ପିଡିତ ଜାହାରଙ୍କ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିଥିଲା । ଏହି ମହତ କାର୍ଯ୍ୟ ପାଇଁ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଅକ୍ରମ ଖାଁ, ଯୁବନେତା ମହମ୍ମଦ ରୋଶନ, ନଜିମ ଖାଁ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର