Wednesday , January 26 2022
Breaking News
Home / ବିଶେଷ / ଭାଵଵିହ୍ୱଳ ପରିଵେଶ ମଧ୍ୟରେ ଶେଷ ହେଲା କଟକ ସଦର ପଞ୍ଚାୟତ ସମିତିର ଶେଷ ଵୈଠକ

ଭାଵଵିହ୍ୱଳ ପରିଵେଶ ମଧ୍ୟରେ ଶେଷ ହେଲା କଟକ ସଦର ପଞ୍ଚାୟତ ସମିତିର ଶେଷ ଵୈଠକ

କଟକ ସଦର, ୧୫/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ପଞ୍ଚାୟତ ସମିତିର ଶେଷ ଵୈଠକ ଭାଵଵିହ୍ୱଳ ପରିଵେଶ ମଧ୍ୟରେ ଆଜି ଵୁଧଵାର ଶେଷ ହୋଇଛି। ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଵିଡିଓ ରାଜୀଵ ଲୋଚନ ପରିଡା, ଅତିରିକ୍ତ ଵିଡିଓ ଗିରିଜା ଶଙ୍କର ଵାରିକ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ଯାଜ୍ଞସେନୀ ଗୋଛାୟତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଵିକାଶ କୁମାର ଭୂୟାଁ ଙ୍କ ସମେତ ୨୩ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଯୋଗ ଦେଇ ଶେଷ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।୨୦୨୨/୨୩ ଆର୍ଥିକ ବର୍ଷ ପାଇଁ ଵ୍ଲକକୁ ଆସିଥିବା ୧୫ ତମ କେନ୍ଦ୍ର ଅର୍ଥ କମିଶନ (ସିଏଫସି) ଅନୁଦାନ ୭୦,୧୫,୬୯୦ ଓ ୫ମ ରାଜ୍ୟ ଅର୍ଥ କମିଶନ(ଏସଏଫସି)ଅନୁଦାର ସରକାରଙ୍କ ମାର୍ଗ ଦର୍ଶିକା ଅନୁଯାଇ ଖର୍ଚ୍ଚ କରାଯିଵା ପାଇଁ ସଵୁ ପଞ୍ଚାୟତରୁ ଆସିଥିବା ପ୍ରକଳ୍ପ ଚିଠା ତାଲିକା ଗୃହିତ ହୋଇଥିଲା।ଵୈଠକରେ ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ଵ୍ଲକ ପ୍ରଶାସନ ପକ୍ଷରୁ ଉତ୍ତରୀୟ ଦିଆଯାଇ ଵିଦାୟ ସମ୍ବର୍ନ୍ଧନା ଦିଆଯାଇଥିଲା। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଵାରଦା ସରପଞ୍ଚ ରମେଶ ସାହୁ,ଫକିରପଡା ସରପଞ୍ଚ ଯତିନ୍ ରାଉଳ,ଅରିଲୋ ସମିତି ସଭ୍ୟ ରୂପକ କୁମାର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଵୋଧପୁର ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ୟ୍ୟକୁ ବ୍ଲକ୍ ପ୍ରଶାସନ ବନ୍ଦ କରିଥିଵା ପ୍ରତିଵାଦରେ ଗତ ୨ ତାରିଖ ସମିତି ଵୈଠକ ଦିନ ସରପଞ୍ଚ ସଂଧ୍ୟାରାଣୀ ବେହେରା, ସମିତି ସଭ୍ୟ ଵିୱନାଥ ଵସ୍ତିଆଙ୍କ ସମେତ ସମସ୍ତ ୱ।ର୍ଡ ମେମ୍ଵର ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା ଦେଇଥିଲେ।ଏହାକୁ ଉପଲବ୍ଧି କରି ଵିଡିଓ ଧାରଣା ସ୍ଥଳକୁ ଆସି ବୁଝାସୁଝା କରି ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେଵ ଵୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ହେଲେ ଆଜି ସୁଧା ସମସ୍ୟାର ସମାଧାନ କରାଯାଇ ନଥିଵାରୁ ଏହାର ପ୍ରତିବାଦରେ ସମ୍ବର୍ଦ୍ଧନାକୁ ପ୍ରତ୍ୟାଖ୍ୟାନ କରି ସରପଞ୍ଚ ଓ ସମିତି ସଭ୍ୟ କକ୍ଷତ୍ୟାଗ କରି କ୍ଷୋଭର ସହ ଚାଲିଯାଇଥିବା ଦେଖାଯାଇଥିଲା।ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *