Wednesday , January 26 2022
Breaking News
Home / ବିଶେଷ / ବିଶ୍ୱକୁ ରକ୍ଷା କରିବା ପାଇଁ ପରିବେଶର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଦିବ୍ୟଶକ୍ତି ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ବିଶ୍ୱକୁ ରକ୍ଷା କରିବା ପାଇଁ ପରିବେଶର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଦିବ୍ୟଶକ୍ତି ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ଗରଦପୁର, ୧୫/୧୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ସ୍ଥିତ ଦିବ୍ୟଶକ୍ତି ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଗରଦପୁର ସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ସଭାପତିତ୍ୱ କରିଥିଲାବେଳେ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଶ୍ୱକୁ ରକ୍ଷା କରିବା ପାଇଁ ପରିବେଶର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଭାବେ ଇଫ୍ କୋ ର ଡିଜିଏମ୍(ଏଚ୍.ଆର୍) ଜ୍ଞାନଚାନ୍ଦ ଆଚାର୍ଯ୍ୟ ଯୋଗଦେଇ ଟ୍ରଷ୍ଟ ଦ୍ୱାରା କରାଯାଉଥିବା ପରିବେଶ ସୁରକ୍ଷା ଏବଂ କରୋନା ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଡାକ୍ତର ନବଘନ ପରିଡା, ପ୍ରଫେସର ନିତ୍ୟାନନ୍ଦ ସାହୁ ଯୋଗଦାନ କରିଥିବାବେଳେ ବରେଣ୍ୟ ଅତିଥି ଭାବେ ଡଃ. ବାସୁଦେବ ଦାସ ଯୋଗଦାନ କରି ଏକ ବର୍ଷ ତଳେ ଜନ୍ମଲାଭ କରିଥିବା ଟ୍ରଷ୍ଟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନମାନସରେ ଆଦୃତ ହୋଇଥିବା ପ୍ରକାଶ କରିବା ସହିତ ଟ୍ରଷ୍ଟର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ଟ୍ରଷ୍ଟର ଉପଦେଷ୍ଟା ଫକିର ମୋହନ ସେନାପତି, ପଶ୍ଚିମ ଓଡିଶା ସଂକୀର୍ତନ ମହାସଂଘର ସଂପାଦକ ରାଧେକୃଷ୍ଣ ପଣ୍ଡା ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଟ୍ରଷ୍ଟର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଏପରିକି ଅତିଥିମାନେ କରୋନା ସଚେତନତା ଓ ପରିବେଶ ସୁରକ୍ଷା ଆଲୋଚନା ଚକ୍ରରେ ଭାଗନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସାମ୍ବାଦିକ ନବଘନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଟ୍ରଷ୍ଟର ଉପାଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସାଗରିକା ପାଣି, ନିହାରିକା ପାଣି, ବର୍ଷା ପି୍ରୟଦର୍ଶିନୀ କର ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ଅରୂପାନନ୍ଦ ସାହୁ ଉଦଯାପନୀ ସଂଗୀତ ଗାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ବିଶିଷ୍ଟ ପ୍ରତିଭା- ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ହିମାଂଶୁ ଭୂଷଣ ଷଡଙ୍ଗୀ, ଗରଦପୁର ବିଡିଓ ରଞ୍ଜିତ୍ କୁମାର ମଲ୍ଲିକ, ଗରଦପୁରର ପୂର୍ବତନ ତହସିଲଦାର ଅଶୋକ କୁମାର ବେହେରା, ପାଟକୁରା ଥାନାଧିକାରୀ ସରୋଜ କୁମାର ସାହୁ, ଗରଦପୁର ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ନନ୍ଦ, କୋରୁଆ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ନୃସିଂହ ଚରଣ ମଲ୍ଲିକ, ନଡିଆବରାଇ ହାଇସ୍କୁଲର ପ୍ରଧାନଶିକ୍ଷକ ରଶ୍ମିକାନ୍ତ ଆଚାର୍ଯ୍ୟ, ପରିବେଶବିତ୍ ଅଧ୍ୟାପକ ପରିକ୍ଷିତ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ମେଜର ଭରତ ଚନ୍ଦ୍ର ଜେନା, ସମାଜସେବୀ ଶ୍ରୀକାନ୍ତ ନାୟକ, ଅନିଲ ଚନ୍ଦ୍ର ଦାସ, ବିଜୟ କୁମାର ରାଉତ, ଡଃ. ବାସୁଦେବ ଦାସ, ଦୁଃଖିଶ୍ୟାମ ସେନାପତି, ନବଘନ ନାୟକ, ଦେବଦତ ଦାଶ, ହେମନ୍ତ କୁମାର ରାଉତ, ପ୍ରତାପ ଚନ୍ଦ୍ର ସ୍ୱାଇଁ, ରାଧେକୃଷ୍ଣ ପଣ୍ଡା, ସୁଧାଂଶୁବାଳା ଲେଙ୍କା, ସୁଚିତ୍ରା ବରାଳ, ସାନ୍ତନୁ ସ୍ୱାଇଁ, ସରପଂଚ ଗୌରାଙ୍ଗ ଚରଣ ପରିଡା, କେଦାରନାଥ ସାମନ୍ତରାୟଙ୍କ ସମେତ ପ୍ରଶାନ୍ତ ମହାନ୍ତିଙ୍କ ନେତୃତ୍ୱରେ ୧୭ଜଣ ସଂକୀର୍ତନ କଳାକାରଙ୍କୁ ମୁଖ୍ୟଅତିଥି ପୁଷ୍ପଗୁଚ୍ଛ, ଉତରୀୟ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୃକ୍ଷ ବଂଟନ ଏବଂ ମାସ୍କ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସ୍ୱାଧିନ ସେନାପତି, ଦୀପକ ଦାସ, ଉପେନ୍ଦ୍ର ବାରିକ, ଶିଶିର କୁମାର ପରିଡା, ସମରେନ୍ଦ୍ର ସେନାପତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *