Tuesday , August 16 2022
Breaking News
Home / କ୍ରୀଡ଼ା / ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ କେନ୍ଦ୍ରାପଡାରୁ ୬ ମନୋନିତ

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ କେନ୍ଦ୍ରାପଡାରୁ ୬ ମନୋନିତ

କେନ୍ଦ୍ରାପଡ଼ା,୧୫/୧୨/୨୦୨୧(ଓଡ଼ିଶା ସମାଚାର)- ଜାତୀୟ ଯୋଗାସନ କ୍ରୀଡା ମହାସଂଘ ପକ୍ଷରୁ ଗୁଜୁରାଟ ଯୋଗାସନ କ୍ରୀଡା ସଂଘ ସହାୟତାରେ ଚଳିତ ଡିସେମ୍ବରମାସ ୧୭ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ଅହମଦାବାଦ୍ ଠାରେ ଥିବା ଲକୁଲିସ ଯୋଗ ବିଶ୍ୱ ବିଦ୍ୟାଳୟ ପରିସରରେ ହେବାକୁ ଥିବା ଜାତୀୟ ଯୋଗାସନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ୬ଜଣ ପ୍ରତିଯୋଗୀ ମନୋନିତ ହୋଇଛନ୍ତି । ସେମାନେ ହେଉଛନ୍ତି କେନ୍ଦ୍ରାପଡା ବ୍ଲକର ଅମିତା ସ୍ୱାଇଁ ଓ ଦିପ୍ତିମୟୀ ଭୋଳ, ଡେରାବିଶ ବ୍ଲକର ଟୁଇଙ୍କିଲ ସ୍ୱାଇଁ, ଶୁଭଶ୍ରୀ ସରିତା ରାଉତ, ସ୍ଥିତିପ୍ରଜ୍ଞା ମହାନ୍ତି ଓ ସ୍ଥିତି ମଲିକ । ସେହିପରି ବିଚାରକ ଭାବରେ ରାଜକନିକା ବ୍ଲକର ସଞ୍ଜୟ କୁମାର ମଥାନ ଓ କୋଚ ଭାବେ ଡେରାବିଶ ବ୍ଲକର ଟୁଲୁ ମଲିକ ପ୍ରମୁଖ ମନୋନିତ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସେମାନଙ୍କୁ ଶୁଭେଛା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.