Wednesday , January 19 2022
Breaking News
Home / ବିଶେଷ / ଗ୍ରାମାଞ୍ଚଳର ବିକାଶ ଓ ନାରୀ ସଶକ୍ତିକରଣ ପାଇଁ ଆଇନି ମନ୍ତ୍ରୀଙ୍କ ଆହ୍ୱାନ

ଗ୍ରାମାଞ୍ଚଳର ବିକାଶ ଓ ନାରୀ ସଶକ୍ତିକରଣ ପାଇଁ ଆଇନି ମନ୍ତ୍ରୀଙ୍କ ଆହ୍ୱାନ

ମାହାଙ୍ଗା , ୧୫/୧୨/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ବ୍ଲକର ନୁର୍ତ୍ତାଙ୍ଗ ପଞ୍ଚାୟତରେ ମହିଳା ଏସଏଚଜି ଫେଡେରେସନ ପକ୍ଷରୁ ଏକ ସମୀକ୍ଷା ବୈଠକ  ମଙ୍ଗଳବାର  ଅନୁଷ୍ଠିତ ହୋଇଯାଇଛି  । ମହିଳାଙ୍କୁ ସ୍ୱାବଲମ୍ବୀ ହେବାକୁ ସରକାର ସବୁ ପ୍ରକାର ସହାୟତା ସାଙ୍ଗକୁ ପ୍ରତି ପରିବାରର ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ହେଲଥ କାର୍ଡ ଯୋଗାଇବା ଏକ ବଡ଼ ଉପଲବ୍ଧି ବୋଲି ନିଜ ବକ୍ତବ୍ୟରେ ମନ୍ତ୍ରୀ ପ୍ରକାଶ କରିଥିଲେ । ସିଡିପିଓ ପ୍ରମୋଦିନି ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହିଳା ସମାଵେଶକୁ ପଞ୍ଚାୟତି ରାଜ ଓ ଆଇନି ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ । ଗାଁ’ର ବିକାଶ ଓ ନାରୀ ଜାତିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱଦେଇ ଅସୁଥୁବାରୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ମହିଳାମାନେ ଅଧିକ ସଂଖ୍ୟାରେ ଭାଗନେବାକୁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ । ବ୍ଲକ ଚେୟାରମ୍ୟାନ ଶରତ ନାୟକ,ବ୍ଲକ ବିଜେଡି ସଭାପତି ରାଜ କିଶୋର ଜେନା,  ଜିଲାପରିଷଦ ସଭ୍ୟ ହୃଷୀକେଶ ସ୍ୱାଇଁ, ସରପଞ୍ଚ ସବିତା ନାୟକ,ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ବ୍ଲକ ଏସ ଏଚ ଜି ଫେଡେରେସନ ସଭାପତି ସୁସ୍ମିତା ଦାସ,ପ୍ରମୁଖ ଯୋଗଦେଇଥିଲେ । ଯେଉଁ ନୁର୍ତ୍ତାଙ୍ଗ ପଂଚାୟତ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି ,ସେହି ପଞ୍ଚାୟତରେ ଆଇନିମନ୍ତ୍ରୀଙ୍କ ଜୋରଦାର ଆୟୋଜନ  ସହ ସଭା ଓ ଶୋଭାଯାତ୍ରା ବିରୋଧୀଙ୍କ ଡବଲ ମର୍ଡର ନାଆଁରେ ଚାଲିଥିବା ରାଜନୀତି ଏବେ  ଫିକା ପଡ଼ିଯାଇଛି ବୋଲି ଆଲୋଚନା ହେଉଛି । ବିରୋଧୀଙ୍କ ଗଡ଼ କୁହାଯାଉଥିବା ନୁର୍ତ୍ତାଙ୍ଗ ପଞ୍ଚାୟତରୁ ମନ୍ତ୍ରୀଙ୍କୁ ଆଶାତୀତ ସମର୍ଥନ ଏହି  କାର୍ୟ୍ୟକ୍ରମରୁ ବାରିହୋଇ ପଡୁଥିଲା ବେଳେ ବିରୋଧୀଙ୍କ ଅପପ୍ରଚାର କେବଳ ଧୂଆଁବାଣ ବୋଲି ଚର୍ଚ୍ଚା ହେଉଛି । ନୁର୍ତ୍ତାଙ୍ଗ ହାଇସ୍କୁଲ ପରିସରରେ ହଜାର ହଜାର ମହିଳାଙ୍କୁ ନେଇ ସଭାକରାଯିବା ଓ ସେଠାରେ ନୁର୍ତ୍ତାଙ୍ଗ, ଆନନ୍ଦପୁର ଏବଂ ଜଳେଶ୍ୱରପୁର ପଞ୍ଚାୟତରୁ ଆସିଥିବା ହିତାଧିକାରୀଙ୍କୁ ମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରିବା ଦେଖିବାକୁ ମିଳିଥିଲା ।

ଏଥିସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ  ଚେକ ପ୍ରଦାନ କରାଯାଇଥିଲା । ବଣୁଆ ମହାପୁରୁଷଙ୍କ ପୀଠରୁ ପ୍ରତିଭା ଭବନ ରାସ୍ତା ଦେଇ ଏକ ବାଇକ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ ଉତ୍ସବସ୍ଥଳୀକୁ ପାଛୋଟି ନିଆଯାଇଥିଲା ।  ଏହି ଅବସରରେ କ୍ଲବ ଗୃହ, ଅଙ୍ଗନବାଡି ଗୃହ ଏବଂ ଅନ୍ୟାନ୍ୟ ପ୍ରକଳ୍ପକୁ ମନ୍ତ୍ରୀ  ଉଦଘାଟନ କରିଥିଲେ  । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *